-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Apr-2023
ବଲାଙ୍ଗିର (ପ୍ରେରଣା ଖବର ): ଦାଦନ ଖଟିବାକୁ ଯାଇ ଦୁର୍ବୃତ୍ତ ମାନଙ୍କ ମାଡରେ ଲହୁଲୁହାଣ ହେଲେ ଶ୍ରମିକ l ଶେଷରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲ ରେ ଭର୍ତି ହୋଇଥିଲେ ଶ୍ରମିକ ଜଣକ l ସୂଚନାରୁ ପ୍ରକାଶ ଯେ ,ବଲାଙ୍ଗିର ସତ୍ୟନାରାୟଣ ପଡ଼ାର ପ୍ରଶାନ୍ତ ପ୍ରଧାନ (୨୭) ତାମିଲନାଡୁ ଇ-ରୋଡ଼ ଅଞ୍ଚଳରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ l ତେବେ ଗତ ୩ ଦିନ ତଳେ ପ୍ରଶାନ୍ତ ତାମିଲନାଡୁ ରୁ ନିଜ ଘର ବଲାଙ୍ଗିର କୁ ଆସି ବାକୁ ବାହାରୁ ଥିବା ବେଳେ ଇ-ରୋଡ଼ ଅଞ୍ଚଳରେ କିଛି ଦୁର୍ବୃତ୍ତ ତାଙ୍କୁ ଠେଙ୍ଗାରେ ମlଡ ମାରିବା ସହ ପ୍ରଶାନ୍ତ ଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ l ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଟ୍ରେନ୍ ରେ ବସି ବଲାଙ୍ଗିର ଆସିଥିଲେ l ପ୍ରଶାନ୍ତ ଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି l ଆଜି ପ୍ରଶାନ୍ତ ଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତି କରଯାଇଛି