-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Apr-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୬ତମ ଶ୍ରାଦ୍ଧ ଦିବସ ଆଜି ବୀରମହାରାଜପୁର ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି l ସକାଳେ ତିଳ ତର୍ପଣ,ପୂର୍ବାହ୍ନ ରେ ବସଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକ ଷ୍ଟେଚ୍ୟୁ ରେ ମାଲ୍ୟର୍ପଣକରାଯାଇଥିଲା l ଅପରାହ୍ନ ରେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରେ ଦୀପଦାନ, ସନ୍ଧ୍ୟା ରେ ବିଜୁବାବୁ ଙ୍କ ସ୍ମୃତି ଚାରଣ ଓ ଶପଥ ଗ୍ରହଣ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଜୁ ଯୁବ ଜନତା ଦଳ ର ସଭାପତି ନାରାୟଣ ଲୁହା ଙ୍କ ସଭାପତିତ୍ବ ରେ ସଭାରେ ସତ୍ୟଞ୍ଜିବ ମିଶ୍ର, କିଶୋର ହୋତା, ଧୀରେନ୍ଦ୍ର ନାରାୟଣ ପଣ୍ଡା, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ, ମନୋଜ କୁମାର ସାହୁ, ମହେନ୍ଦ୍ର ଜଗଦଲା,ବିନୋବାନନ୍ଦ ପଧାନ,ସୁରୁ ନାରାୟଣ ମହାକୁର, ଲକ୍ଷ୍ମୀ ନାରାୟଣ ପୁରୋହିତ,ଶେଷଦେବ ବାରିକ,ତ୍ରିପୁରାରି ମେହେର, ମଙ୍ଗଳ ପଧାନ ଦୁର୍ଗେସ ପଣ୍ଡା ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଥିଲେ l