-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
17-Apr-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ଆଜି ବଲାଙ୍ଗିର ସହର ସୁଦପଡା ସ୍ଥିତ ଭୀମ ଭୋଇ ମେଡ଼ିକାଲ ମେନ ଗେଟ୍ ଠାରେ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ତାର ଜଳି ଯାଇଥିଲା l ଏଠାରେ ଥିବା ଇଲେକ୍ଟ୍ରି ଖୁଣ୍ଟ ରେ ନିଆଁ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ l ତେବେ ଖବର ପାଇବା ପରେ ଅଗ୍ନିସମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ l ସୂଚନାଯୋଗ୍ଯ ଯେ , ଦୀର୍ଘ ବର୍ଷ ଧରି ଏହି ଇଲେକ୍ଟ୍ରି ତାର ଗୁଡିକ୍ ରହିଥିବା ଯୋଗୁଁ ଲୋଡ୍ ସହ୍ୟ କରିନପାରି ଏପରି ଅଘଟଣ ଘଟୁଥିବା ଦେଖିବାକୁ ମିଳୁଛି l