-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି କଳା ଓ ସଂସ୍କୃତିର ଉନ୍ନତି ତଥା ଜନଜାଗରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପବିତ୍ର ଓଡିଆ ନବବର୍ଷ ପାଳନ ଅବସରରେ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ସମ୍ବର୍ଦ୍ଧିତ

17-Apr-2023



ଭୁବନେଶ୍ୱର: - ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି କଳା ଓ ସଂସ୍କୃତିର ଉନ୍ନତି, ଏହାର ପ୍ରଚାର ପ୍ରସାର, ଜନଜାଗରଣ ତଥା ସଂସ୍କୃତିର ମଧୁର ଡୋରିରେ ସମସ୍ତଙ୍କୁ ବାନ୍ଧି ରଖିପାରିଥିବାର ନିରବିଚ୍ଛିନ୍ନ ପ୍ରୟାସ ପାଇଁ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ କୁ ପବିତ୍ର ଓଡିଆ ନବବର୍ଷ ପାଳନ ଅବସରରେ ସୁଯୋଗ୍ୟ ଓଡିଆ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଉପଲକ୍ଷେ ଓଡିଆ ଭାଷା ସାହିତ୍ୟର ଜାଗ୍ରତ ପ୍ରହରୀ ନମାମୀ ମନ୍ଦାକିନୀ ଆନୁକୁଲ୍ୟରେ ବରିଷ୍ଠ ସାମ୍ବାଦିକ ତଥା ଓଡିଆ ପ୍ରାଣ ପ୍ରଦ୍ୟୁମ୍ନ ଶତପଥୀଙ୍କ ପୌରହିତ୍ୟରେ ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନୀତ ଅତିଥି ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ଶିଶୁ ସାହିତ୍ୟିକ ଦାଶ ବେନୁହୁର୍‌, ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତ, ବାଗ୍ମୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଆର୍‌ଏମ୍‌ଆର୍‌ସିର ନର୍ଦ୍ଦେଶିକା ଡ. ସଂଘମିତ୍ରା ପତି ପ୍ରମୁଖ ଯୋଗ ଦେଇ ସଂଘକୁ ଉପଢୌକନ, କଳାକୃତି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଆହୁରି ଜନାଭିମୁଖି ହେବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ୧୯୯୪ ମସିହାରେ ପ୍ରତିଷ୍ଠିତ ଏହି ସଂଘ କଳା ଓ ସଂସ୍କୃତି ସହ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଯଥା ବିପଦ ଆପଦରେ ସାହାଯ୍ୟ, ଅନାଥ, ଦିବ୍ୟାଙ୍ଗ ତଥା ଦୁରାରୋଗରେ ପିଡିତଙ୍କୁ ତଥା ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ସମୟରେ ସହାୟତାର ହାତ ବଢାଇବା ସହ ଦୀର୍ଘ ୨୯ ବର୍ଷ ଧରି ସ୍ଥାନୀୟ କଳାକାର ମାନଙ୍କୁ ନେଇ ଦୁଇଟି ଅହୋରାତ୍ର ନାଟକ (ଯାତ୍ରା) ପରିବେଷଣ କରି ଏକ ଅନନ୍ୟ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛି । ସମ୍ବର୍ଦ୍ଧନା ସମାରୋହରେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ, ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା, ସହ ସଂପାଦକ ଗଦାଧର ପ୍ରସାଦ ରଥ, ଉପସଭାପତି କୁମର ବାରିକ, ବରିଷ୍ଠ ସଭ୍ୟ ନିରଞ୍ଜନ ସାହୁ, ଗୋବିନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସଂଘ ତରଫରୁ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଏହି ସମ୍ମାନ ଦୀର୍ଘ ତିନି ଦଶନ୍ଧି ଧରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ରହିବାର ସଫଳତା ବୋଲି ଅଭିହିତ କରିବା ସହ ସଂଘକୁ ଆହୁରି ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ସଂଘର ଏହି ଆଭିମୁଖ୍ୟ ତଥା ସଫଳତାରେ ସ୍ଥାନୀୟ ବୁଦ୍ଧିଜିବୀ, ଜନପ୍ରତିନିଧି ତଥା ଅଞ୍ଚଳବାସୀ ଉଚ୍ଚ ପ୍ରସଂଶା କରିଛନ୍ତି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like