-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
14-Apr-2023
ବଲାଙ୍ଗୀର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓ ଆଦର୍ଶ ଟାଉନ ଥାନା ନିକଟରେ ଥିବା ଆଇନ ପ୍ରାଣୟତା ବାବା ସାହେବ ଭୀମାରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ତାଙ୍କ ଜନ୍ମଦିନ ଉପଲକ୍ଷେ ଜିଲ୍ଲାର ୱେବ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଫିରୋଜ ସାହୁଙ୍କ ନେତୃତ୍ୱରେ ଏକ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏପରି ସୁପୁତ୍ର ଭାରତ ବର୍ଷରେ ଏକ ଅମୁଲ୍ୟ ଓ ଅଦ୍ଵିତୀୟ, ଅତୁଳନୀୟ ଅଟନ୍ତି l ତାଙ୍କ ମାର୍ଗ ଦର୍ଶନ ବଳରେ ସାରା ଭାରତରେ ଆଇନ ଶୃଙ୍ଖଳା ବିଷୟରେ ସମ୍ଭିଧାନ ଲେଖିଥିଲେ l ଯାହାକି ଆମ ଭାରତର ସମ୍ଭିଧାନକୁ ସର୍ବବିଶ୍ୱ ସ୍ତରରେ ବୃହତ ସମ୍ଭିଧାନ ବୋଲି ମାନ୍ୟତା ମିଳିଛି l ଏହାଦ୍ୱାରା ଆମ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଅଟେ l ଏହି ମହାନ ବ୍ୟକ୍ତିତ୍ୱ ବିଷୟରେ ସଭାପତି ଆହୁରି କେତେକ ଗୁରୁତ୍ୱପୂର୍ଣ୍ଣ ପଂକ୍ତି ଅଭିଭାଷଣ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସଂଘର ବିନୋଦ ଦୀପ, ବିନୟ ନନ୍ଦ, ସାଗର ବରିହା, ଦୀପକ ପାଳ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିବା ସହିତ କାର୍ଯ୍ୟକର୍ମକୁ ସାଫଲ୍ୟ ମଣ୍ଡିତ କରିଥିଲେ l