-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
ପୁରୀ, (ପ୍ରେରଣା ଖବର)- ନାଗାର୍ଜୁନ ବେଶ ସାମଗ୍ରୀ ଅଭିଯୋଗ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଶ୍ରୀମନ୍ଦିର ପ୍ରଶାସନ। କହିଲା ନାଗାର୍ଜୁନ ବେଶ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଯେଉଁ ବେଶ ସାମଗ୍ରୀକୁ ନେଇ ଅଭିଯୋଗ ହୋଇଛି ତାହା ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ବ୍ୟବହାର ହୋଇନଥିଲା। ବ୍ୟବହାର ହୋଇଥିବା ସାମଗ୍ରୀ ନିଳାଦ୍ରୀ ବିହାର ସଂଗ୍ରାହଳୟରେ ସୁରକ୍ଷିତ ରହିଛି। ନାଗାର୍ଜୁନ ବେଶ ପରେ ବେଶରେ ବ୍ୟବହାର ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ତନାଘନା ଆରମ୍ଭ କରିଥିଲା। ତନାଘନ ସହ ତଳିଆ କର୍ମଚାରୀ ନେଇଥିବା ଅଭିଯୋଗ ହୋଇଥିଲା।କିଛିଦିନ ପରେ ବେଶ କାରିଗରରଙ୍କୁ ସୂର୍ଯ୍ୟ, ଚନ୍ଦ୍ର ଫେରାଇଥିଲେ ସେବାୟତ। ତେବେ ଏନେଇ ଅନେକ ତନାଘନା ପରେ ଆଜି ସ୍ପଷ୍ଟିକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ନାଗାର୍ଜୁନ ବେଶ ସାମଗ୍ରୀ ଚୋରୀ ହୋଇନଥିବା କହିଛି ପ୍ରଶାସନ।