-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ରାଜ୍ୟ

ପ୍ରାକୃତିକ ଓ ଆଧ୍ୟାତ୍ମିକ ପରିବେଶ ଭିତରେ ଘେରା ଜଗନ୍ନାଥ ଙ୍କ ପୀଠ ଶାବର ଶ୍ରୀକ୍ଷେତ୍ର

11-Apr-2023



ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ମହିମା ଅପରମ୍ପାର ଅଟେ । ଭାବ ଓ ବିଶ୍ୱାସରେ ବନ୍ଧା ଜଗତର ନାଥ ଜଗନ୍ନାଥ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ଭକ୍ତଙ୍କ ଦର୍ଶନ ଦେଉଛନ୍ତି । ପୁରୀ ଧାମ ବ୍ୟତିତ ଶ୍ରୀ ଜଗନ୍ନାଥଙ୍କ ଆଉ ଏକ ଅଲୌକିକ ପୀଠ ରହିଛି ବଣପାହାଡ ଘେରା କୋରାପୁଟ ଅଂଚଳରେ । ପୁରୀ ଜଗନ୍ନାଥ ମନ୍ଦିରରେ ଦଇତାପତି ମାନେ ତିନି ବିଗ୍ରହଙ୍କ ପୂଜାର୍ଚ୍ଚନା ଓ ଗୁପ୍ତସେବା କରୁଥିବା ବେଳେ ଏଠାରେ ଶାବର ମାନେ ସେଇ ସମାନ ନୀତିକାନ୍ତି ଅନୁସାରେ ପ୍ରଭୁଙ୍କ ସେବା କରିଥାନ୍ତି । ଏଠାରେ ଶବର ମାନେ ହେଉଛନ୍ତି ଜଗନ୍ନାଥଙ୍କ ଆଦ୍ୟପୂଜକ । ଜଗନ୍ନାଥ ଦର୍ଶନ ଓ ଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ପୀଠ ନିଶ୍ଚୟ ରୂପରେ ଅନେକ ରହସ୍ୟକୁ ଉନ୍ମୋଚନ କରିବା ସହ ଗବେଷଣାର ଖୋରାକ୍ ଯୋଗାଇବ । ଏପରି ଏକ ଅଲୌକିକ ପୀଠର ନାମ ହେଉଛି ଶାବରୀ ଶ୍ରୀକ୍ଷେତ୍ର । କୋରାପୁଟ ସହର ମଧ୍ୟରେ ଏକ ଆଧ୍ୟାତ୍ମିକ ଓ ମନଲୋଭା ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଏହି ନୈସର୍ଗିକ ପୀଠରେ ପାଦ ପଡିଲା ମାତ୍ରେ ଜଣେ ନାସ୍ତିକ ଭିତରେ  ମଧ୍ୟ ସ୍ୱତଃପ୍ରବୃତ୍ତ ଭାବରେ ଭକ୍ତିଭାବ ଜାଗ୍ରତ ହୋଇଯିବ । କେଉଁ ଅନାଦି କାଳରୁ ଏଠାରେ ଶାବର ମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ପୂଜା ପାଉଥିଲେ । ଏଠାକାର ଶବର, ପ୍ରଜା ଓ କନ୍ଧ ଆଦିବାସୀ ମାନେ ନିଘଞ୍ଚ ଜଙ୍ଗଲ  ମଧ୍ୟରେ ନିମ୍ବ ଗଛ ମୂଳେ ପତ୍ର ବେଢ଼ା କରି ସଂପୂର୍ଣ୍ଣ ନିଷ୍ଠାର ସହ ଶ୍ରୀ ଜଗନ୍ନାଥଙ୍କ ଉପାସନା କରୁଥିଲେ । ଜଙ୍ଗଲର ସ୍ୱାଦିଷ୍ଟ ଫଳମୂଳ ଓ ଭୋଗରାଗ ଅର୍ପଣ କରି   ଜଗନ୍ନାଥଙ୍କ ଚରଣାଶ୍ରିତ ହୋଇଥିଲେ ଏହି ଶବର ଓ କନ୍ଧ ମାନେ । ଦଣ୍ଡକାରଣ୍ୟ ଅଂଚଳ ଅଧୀନରେ ଥିବା ଏହି ଅନନ୍ୟ ପୀଠ ପଛରେ ରହିଛି ଏକ ରୋଚକ ତଥ୍ୟ । ଭାବ ଓ ଭକ୍ତିରେ ବନ୍ଧା ଶ୍ରୀ ଜଗନ୍ନାଥ ଦିନେ ଏହି ଶାବର ମାନଙ୍କ ଅଦମ୍ୟ ଭକ୍ତିରେ ଆକର୍ଷିତ ହୋଇଥିଲେ ।   ଏକଦା ମହାପ୍ରଭୁଙ୍କ ଶୂନ୍ୟବାଣୀ ହୋଇଥିଲା, ଏହି ପୀଠରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉ । ତା ପରେ କୋରାପୁଟ ଜିଲ୍ଲାରେ ଆବାଳବୃଦ୍ଧବନୀତାଙ୍କ ଅର୍ଥରେ ଏଠାରେ ଠିଆ ହୋଇଥିଲା ଆଜିର ଏହି ଜଗନ୍ନାଥ ମନ୍ଦିର ଯାହା ଶାବରୀ ଶ୍ରୀକ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି । ପ୍ରତିଦିନ ଏହି ପୀଠକୁ ଜଗନ୍ନାଥ ପ୍ରେମୀ ମାନଙ୍କ ସୁଅ ଛୁଟିଥାଏ ।  ଏକଦା ବିଶ୍ୱବସୁ ଶାବର ଜଗନ୍ନାଥଙ୍କୁ ନୀଳମାଧବ ରୂପରେ ଉପାସନା କରିଥିଲା । ବିଶ୍ୱବସୁ ଜଗନ୍ନାଥଙ୍କୁ ନୀଳମାଧବ ରୂପରେ ପୂଜା କରି ନ ଥିଲେ ହୁଏ ତ  ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିର ଆରମ୍ଭ ହୋଇ ନ ଥାନ୍ତା । ଠିକ ସେହିପରି ଜଙ୍ଗଲବେଢ଼ା କୋରାପୁଟ ଜିଲ୍ଲାର ଏହି ପୀଠକୁ ଦେଖିଲେ ଜଗନ୍ନାଥଙ୍କ ମହାତ୍ମ୍ୟ ପୁଣିଥରେ ମନେ ପଡିଯାଏ ।  ଶବର, କନ୍ଧ ଓ ପ୍ରଜା ମାନଙ୍କ ନିଷ୍କାମ ଭକ୍ତିର ମୂକସାକ୍ଷୀ ହେଉଛି  କୋରାପୁଟର ଶାବର ଶ୍ରୀକ୍ଷେତ୍ର । 


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like