-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
10-Apr-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଲମୁଣ୍ଡା ଗ୍ରାମରେ ଚାରି ଶମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିତାମହୁଲ ସ୍ବପ୍ନେଶ୍ଵର ବାବା,ବାଉଁଶୁଣି ଭୁବନେଶ୍ୱର ବାବା,ଜୁରାମୁଣ୍ଡା ସିଦ୍ଧେଶ୍ୱର ବାବା ଓ ଲୁହାଖଣ୍ଡି ରାମେଶ୍ବର ବାବା ଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ଅବସରରେ ଚାରି ଶମ୍ଭୁ ଙ୍କ ଏକତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପାଣି ଦଣ୍ଡ, ଧୂଳି ଦଣ୍ଡ ସାଙ୍ଗକୁ ରାତିରେ ବିଭିନ୍ନ ଦଣ୍ଡ ସୁଆଙ୍ଗ ପରିବେଶିତ ହୋଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ମୁଖ୍ୟ ଛକ ଦେଇ ଶୋଭାଯାତ୍ରା ସହକାରେ ଦେଉଲମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଚାରି ଶମ୍ଭୁଙ୍କ ଶୋଭାଯାତ୍ରା ହୋଇଥିଲା। ଏହା ଦେଖିବାକୁ ଆଖପାଖ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଲୋକ ସମାଗମ ହୋଇଥିଲେ।