-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
07-Apr-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ ପେଣ୍ଡ୍ରାମାଲ୍ ଗାଁ ର ସୁଭାଷ ବଗର୍ତ୍ତୀ ( ୨୧)ନାମକ ଜଣେ ମାନସିକ ବିକୃତ ଯୁବକ ରେଲୱେ ଲାଇନ୍ ଉପରେ ଯାଇଥିବା ଇଲେକ୍ଟ୍ରି ତାର କୁ ଛୁଇଁ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଅଭିଯୋଗ ହୋଇଛି l ସୂଚନାରୁ ପ୍ରକାଶ ଯେ ,ଆଜି ସକାଳେ ସୁଭାଷ ନିଜ ଗାଁ ରୁ ପାଖ ବଡ଼ମାଲ ଷ୍ଟେସନ କୁ ଯାଇ ସେଠାରେ ଅଟକି ଥିବା ଏକ ମାଲ୍ ଗାଡି ଉପରକୁ ଚଢି ଯାଇଥିଲା l ମାଲଗାଡ଼ି ଉପରକୁ ଚଢି ସେଠାରେ ଥିବା ଏକ ଇଲେକ୍ଟ୍ରି ତାର କୁ ଛୁଇଁ ପକାଇ ଥିଲା l ହାଇ ଭୋଲଟେଜ୍ ଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ସୁଭାଷ ର ଦେହ ସମ୍ପୂର୍ଣ୍ଣ ପୋଡି ଯାଇଛି l ଗୁରୁତର ଅବସ୍ଥାରେ ପ୍ରଥମରେ ସୁଭାଷ କୁ ବଡ଼ମାଲ ହସ୍ପିଟାଲ ରେ ଓ ପରେ ୧୦୮ ଆମ୍ବୁଲାନ୍ସ ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ବର୍ଣ୍ଣ ୟୁନିଟ୍ ରେ ଭର୍ତ୍ତି କରାଯାଇଛି l