-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
06-Apr-2023
ଆଗଲପୁର, (ବିନୋଦ କୁମାର ଦୀପ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ତହସିଲ୍ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରିକରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି l ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଗଲପୁର ତହସିଲଦାର ସୁଶ୍ରୀ ସରୋଜା ବେହେରା ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ଫିତା କାଟି ନୂତନ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ l ଏହି କାର୍ଯକ୍ରମରେ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l ଆଗଲପୁର ଅଞ୍ଚଳରେ ରେଜିଷ୍ଟ୍ରି କାର୍ଯ୍ୟାଳୟ ଆରମ୍ଭ ହେବା ଦ୍ଵାରା ଲୋକଙ୍କ ମନରେ ଖୁସିର ବାତାବରଣ ଦେଖାଦେଇଛି l ଆଗଲପୁର ନାଗରିକ କମିଟି ,ତହସିଲ ଅଫିସର ସମସ୍ତ କର୍ମଚାରୀ ଓ ଆଇନଜୀବୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l କନିଷ୍ଠ ରାଜସ୍ବ ସହାୟକ ତୁକୁ ଦୀପ, ଡାଟା ଏଣ୍ଟ୍ରି ଓପରେଟର ପ୍ରସଂଜିତ ସାମଲ, ଉପ ବିଭାଗ ଅଧିକାରୀ ଲମ୍ବୋଦର ଭୋଇ ଓ କନିଷ୍ଠ ରାଜସ୍ବ ସହାୟକ ନିଲ ମାଧବ ନାଏକ ପ୍ରମୁଖ ଯୋଗ ଦେଇଥିଲେ l ଏଣୁ ଏଣିକି ସମସ୍ତ ଜମିଜମା ସଂକ୍ରାନ୍ତୀୟ କାମ ଓ ବିବାହ ସମ୍ବନ୍ଧୀୟ ରେଜିଷ୍ଟ୍ରି ଏଠି ହୋଇ ପାରିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି l ସପ୍ତାହକୁ ୩ ଦିନ ଯଥା ଗୁରୁବାର,ଶୁକ୍ରବାର ଓ ଶନିବାର ଦିନ ଲୋକଙ୍କ ସେବାରେ ରେଜିଷ୍ଟ୍ରି କାର୍ଯ୍ୟାଳୟ କାମ କରିବ ବୋଲି ସୂଚନା ଦିଆଯାଇଛି l