-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
06-Apr-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ତହସିଲ୍ କାର୍ଯ୍ୟାଳୟ ରେ ଜମି ରେଜିଷ୍ଟ୍ରି କରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦଘାଟନ କରାଗଲା l ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଗଲପୁର ତହସିଲଦାର ସୁଶ୍ରୀ ସରୋଜା ବେହେରା ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ଫିତା କାଟିଥିଲେ l ଏହି କାର୍ଯକ୍ରମରେ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l ଉକ୍ତ କାର୍ୟାଳୟ ହେବାଦ୍ବାରା ଲୋକଙ୍କ ମନରେ ଖୁସିର ବାତାବରଣ ଦେଖାଦେଇଛି l ଉକ୍ତ କାର୍ଯ୍ୟକ୍ରମରେ ଆଗଲପୁର ର ନାଗରିକ କମିଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ କନିଷ୍ଠ ରାଜସ୍ବ ସହାୟକ ଶ୍ରୀ ତୁକୁ ଦୀପ, ଡାଟା ଏଣ୍ଟ୍ରି ଓପରେଟର ଶ୍ରୀ ପ୍ରସଂଜିତ ସାମଲ, ଉପ ବିଭାଗ ଅଧିକାରୀ ଶ୍ରୀ ଲମ୍ବୋଦର ଭୋଇ ଓ କନିଷ୍ଠ ରାଜସ୍ବ ସହାୟକ ଶ୍ରୀ ନିଲ ମାଧବ ନାଏକ ପ୍ରଭୃତି ଯୋଗ ଦେଇଥିଲେ l ସମସ୍ତ ଜମିଜମା ଓ ବିବାହ ସମ୍ବନ୍ଧୀୟ ରେଜିଷ୍ଟ୍ରି ଏଠି ହୋଇ ପାରିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି l ସପ୍ତାହକୁ 3 ଦିନ ଯଥା ଗୁରୁବାର,ଶୁକ୍ରବାର ଓ ଶନିବାର ଦିନ ରେଜିଷ୍ଟ୍ରି ହେବ ବୋଲି ପ୍ରକାଶ କରିଛନ୍ତି l