-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
05-Apr-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲାର ସଦର ମହକୁମା ସ୍ଥିତ ସରକାରୀ ପୋଲି ଟେକନିକ୍ କଲେଜ ରେ ଆଜି ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି। କଲେଜ୍ ଅଧ୍ୟକ୍ଷ ଗୌରହରୀ ସାହୁ ଙ୍କ ସଂଜୋଯନା ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶିବିର କୁ ଉଦଘାଟନ କରିଥିଲେ ।ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେତୁ ଦେଖା ଦେଇଥିବା ରକ୍ତ ସଙ୍କଟ କୁ କିଛି ମାତ୍ରା ରେ ଏ ଶିବିର ସହାୟ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମତ ଦେଇଥିଲେ । ବେଦ ପ୍ରଚାର ସମିତି ର ସଭାପତି ପଙ୍କଜ ମେହେର, ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, କଲେଜ ର ପ୍ରଶିକ୍ଷକ ପଦ୍ମ ଲୋଚନ ବେହେରା , ସାରଦା କୁମାର ନାୟକ, ଶରତ କୁମାର ବିଶ୍ବାଳ, ପ୍ରତିମା ଭୋଇ, ଜେନ୍ସ ସୁମିତ୍ ଏକ୍କା, କିରଣ କୁମାର୍ ଭୋଇ, ଦେବାଶିଷ ଲେଙ୍କା, ଲକ୍ଷ୍ମଣ ହେମ୍ବ୍ରମ, ସୁଭସ୍ମିତା ବେହେରା , ପୁରାତନ ଛାତ୍ର ଗୋପାଳ ବେହେରା ପ୍ରମୁଖ ରକ୍ତ ଦାନ ଶିବିର ରେ ସହାୟତା କରିଥିଲେ। ବିଭିନ୍ନ ବିଭାଗ ର ୯ଜଣ ଛାତ୍ରୀ ସହିତ ସମୁଦାୟ ୬୩ୟୁନିଟ ରକ୍ତ ସଂଗ୍ରହ କରା ଯାଇଚି। ଟେକ୍ନିସିଏନ ଟିଟୁ ଭୋଇ, ଜଗତ ଦରୁଆନ ଓ ଡଃ ଦୁର୍ଗା ଦତ୍ତ ଦାସ ରକ୍ତ ସଂଗ୍ରହ କରିଥିଲେ ।