-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
18-Mar-2023
ସୋନପୁର, (ମନୋରଞ୍ଜନ ତ୍ରିପାଠୀ) ସଦର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମର ପୁରସ୍କାର ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂତନ ଭାବେ ନିଯୁକ୍ତି ପାଇ ଥିବା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମନୋରମା ମିଶ୍ର ଯୋଗଦେଇ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଶିକ୍ଷକ ତଥା ରକ୍ଷକ ସାଧନ କର୍ମୀ ଗୋପେଶ ପଣ୍ଡା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ କୁଇଜ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ନୂତନ ଭାବେ ଯୋଗଦେଇଥିବା ଶ୍ରୀମତୀ ମିଶ୍ରଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ଵାଗତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ୱ।ର୍ଡ ସଭ୍ୟ ବିଶ୍ଵନାଥ ନାଗ, ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଲକ୍ଷ୍ମଣ ମେହେର ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷକ ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।