-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
18-Mar-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୫୮ ଜଣ ବ୍ୟକ୍ତି ବିଭିନ୍ନ ବିଭାଗରେ ପୁଞ୍ଜିକରଣ କରିଥିଲେ।୩୧ ଜଣ ଶ୍ରବଣ ବାଧିତ,୬୯ ଶାରୀରିକ ବିକଳାଙ୍ଗ,୧୫ ଜଣ ଦୃଷ୍ଟି ବାଧିତ,୩ ସିକିଲ୍ ସେଲ୍,୨୫ ଜଣଙ୍କ ଠାରେ ବଉଦ୍ଧିକ ଅକ୍ଷମତା ଚିହ୍ନଟ କରାଯାଇଥିଲା। ୪ ଜଣକୁ ଆନୁଷଙ୍ଗିକ ସହାୟତା ଉପକରଣ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ନିମନ୍ତେ ୫ ଟି ଆବେଦନ ଓ ବସ ପାସ ନିମନ୍ତେ ୬ ଜଣ ଆବେଦନ ଗ୍ରହଣ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସାହୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗି, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଜନ ବାଦି, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ ବ୍ୟକ୍ତ କରିଥିଲେ। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରବିନ୍ଦ୍ରନାଥ ପଣ୍ଡା, ମେଡିସିନ ବିଭାଗର ଡ଼ାକ୍ତର ନରେନ୍ଦ୍ର ମେହେର, ଡା . ସୁଧାଂଶୁ ମେହେର ,ଡା. ସରୋଜ ପାଣିଗ୍ରାହୀ, ଡା. ରଶ୍ଚୀରେଖା ଦାସ ପ୍ରମୁଖ ରୋଗୀଙ୍କ ପରୀକ୍ଷା କରିଥିଲେ। ବ୍ଳକ ସାମାଜିକ ସୁରକ୍ଷା ବିଭାଗର ଶିବାନୀ ଦାସ, ସୀମାରାଣୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।