-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
18-Mar-2023
ବଲାଙ୍ଗିର ଜିଲ୍ଲା ଲୁହାସିଂହା ଗ୍ରାମର ଶିକ୍ଷୟିତ୍ରୀ ,ସମାଜସେବୀ, କବୟିତ୍ରୀ ସବିତା ମହରାଙ୍କୁ କେଉଁଝର ଜିଲ୍ଲାର ଅଗ୍ରଣୀ ସର୍ବପୁରାତନ "ଆନନ୍ଦ ପୁର ସାହିତ୍ୟ ସଂସଦ "ରେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରି ତାଙ୍କ ସ୍ଵ ରଚିତ ପୁସ୍ତକ ସମ୍ମୋହନ ପାଇଁ "ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ବର୍ଦ୍ଧନା" ପ୍ରଦାନ କରିଛନ୍ତି । ବିଶିଷ୍ଟ କବି ତଥା ସମାଜସେବୀ ଶଙ୍କର୍ଷଣ ପରିଡ଼ା,ପ୍ରାକ୍ତନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ର ମହାନିର୍ଦ୍ଦେଶକ
ମହେନ୍ଦ୍ର ମଲ୍ଲିକ,ବିଶିଷ୍ଟ କବି ଡ. ପ୍ରଫେସର ସୁଧା ଦାସ,କଥାଶିଳ୍ପୀ ରାଜକିଶୋର ଦାସ,ସଂସଦ ର ସମ୍ପାଦକ ଡ ଶମ୍ଭୁନାଥ ରାଉତ,ସଭାପତି ପ୍ରଫେସର ଗଦାଧର ମିଶ୍ର,ପ୍ରଶାସକ କବି ଚିତ୍ତରଞ୍ଜନ ନାୟକ,ଏକାଡେମୀ ପୁରସ୍କାର
ପ୍ରାପ୍ତ ପିତାମ୍ବର ତରେଇ, ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ମାନପତ୍ର ପ୍ରଦାନ କରିଛନ୍ତି।ତେଣୁ କବି ମହଲରେ ଏକ ଖୁସି ର ଲହର ଖେଳିଯିବା ସହିତ ଅଭିନନ୍ଦନ ର ସୁଅ ଛୁଟୁଛି ।