-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2023
ନବରଙ୍ଗପୁର: ହିନ୍ଦୁ ଏକତା ବାହିନୀର ଆବାହକ ଗୌରୀ ଶଙ୍କର ସାହୁ ଏବଂ ଶାନ୍ତନୁ ପାତ୍ର ଙ୍କ ପରିଚାଳନା ରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ନବରଙ୍ଗପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ। ଦେବଦାସ ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଯୋଗଦେଇ ହିନ୍ଦୁ ଏକତା ବାହିନୀର କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରକୃତରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ନବରଙ୍ଗପୁର ନଗର ରେ ହିନ୍ଦୁ ଏକତା ବାହିନୀର କାର୍ଯ୍ୟ କୁ ହିନ୍ଦୁ ସମାଜ ସବୁଦିନ ପାଇଁ ମନେ ରଖିବ ବୋଲି ସେ ସୂଚିତ କରିଛନ୍ତିି। ଆଗାମୀ ପଣା ସଂକ୍ରାନ୍ତି ରେ ଏକ ବିଶାଳ କାର୍ଯ୍ୟକ୍ରମ ହିନ୍ଦୁ ଏକତା ବାହିନୀ ର ତତ୍ବାବଧାନରେ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କାହ୍ନୁ ଦାଶ, ମୃତ୍ୟୁଞ୍ଜୟ ଦାଶ, ସୁବ୍ରତ ମିଶ୍ର, ଅନନ୍ତ ପଣ୍ଡା, ମନୋଜ ମହାଙ୍କୁଡ, ଉମାକାନ୍ତ ବିଷୟୀ, ଗୋରା ହରିଜନ, ମଧୁ ଗାଦବା, ବବିତା ସାହୁ, ଏମ୍ ପ୍ରଶାନ୍ତ, ମିନତୀ ପଟ୍ଟନାୟକ, ଗୀତାଞ୍ଜଳୀ ମହାପାତ୍ର, ଦୈତାରି ମାଝୀ, କୃଷ୍ଣ ପଣ୍ଡା, ସୁଭେନ୍ଦୁ ସାମନ୍ତରାୟ ଏବଂ ବିଭିନ୍ନ ସମାଜର ପ୍ରମୁଖ ବ୍ୟକ୍ତି ତଥା ସହରର ବିଶିଷ୍ଟ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ।
ରିପୋଟ: ମିହିର ଶଙ୍କର ପାତ୍ର, ନବାରଙ୍ଗପୁର