-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2023
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ତଥା ଓଡିଶା ମାଟିର ସର୍ବ ପୁରାତନ ଅନନ୍ୟ ଐତିହ୍ଯ ସମ୍ପହ୍ନ ରାଣୀପୁର ଝରିଆଲ ଆଦୀଯୋଗିନୀ ତନ୍ତ୍ରପୀଠ ଉପରେ ବିଲମ୍ବ ରେ ହେଲେହେଁ ରାଜ୍ଯ ସରକାର ଙ୍କ ଫୋକସ ପଡିଛି। ସମଗ୍ର ପୃଥିବୀରେ ୬୪ ଯୋଗିନୀ ପୀଠ ଚାରୋଟି ସ୍ଥାନରେ ଥିବାବେଳେ ଓଡିଶାରେ ଦୁଇଟି। କିନ୍ତୁ ରାଣୀପୁର ଝରିଆଲ ଏ ମଧ୍ଯରେ ଅନ୍ୟତମ । ଲୋକେ ଏହୀ ପିଠକୁ ସୋମପୁରୀ ବୌଦ୍ଧବିହାର ବି କହନ୍ତି। ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ଯରେ ସୋମବଂଶୀମାନଙ୍କ ଦ୍ବାରା ନିର୍ମିତ ଏହି ପିଠ ତନ୍ତ୍ର, ମନ୍ତ୍ର, ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ଜୈନ ଓ
ବୌଦ୍ଧ ଧର୍ମର ଅପୁର୍ବ ସମନ୍ଵୟ ଦେଖିବାକୁ ମିଲେ। ହେଲେ ଶତାବ୍ଦୀ ଶତାବ୍ଦୀ ଧରି ଏ ମାଟିର ଐତିହ୍ଯ ଗର୍ବ ଓ ଗୌରବର ବାନା ଉଡାଉଥିବା ପୀଠକୁ ବଞ୍ଚାଇ ରଖିବାକୁ ଅଞ୍ଚଳବାସୀ ଓ ମନ୍ଦିର କମିଟି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ଠାରେ ବାରମ୍ବାର ଅନୁରୋଧ କରି ଆସୁଥିଲେ। ଏହାକୁ ନଜରରେରଖି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ବିଧାନସଭାରେ ବାରମ୍ବାର ରାଣୀପୁର ଝରିଆଲ ର ବିକାଶ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ରାଜ୍ଯ ସରକାର ଓଡିଶା ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ କୁ ଚଳିତବର୍ଷ ଫେବୃଆରି ୨୪ ତାରିଖ ଚିଠି ନମ୍ବର ୧୯୮୭ ଆଦେଶ ପତ୍ର ଅନୁଯାଇ ରାଣୀପୁର ଝରିଆଲ ର ଇନଫାଷ୍ଟ୍ରକଚର ଡେଭଲପମେଣ୍ଟ ପାଇଁ ୪ କୋଟି ଟଙ୍କାର ଏଡମିନିଷ୍ଟ୍ରେଟିଭ ଏପ୍ରୁଭାଲ ହୋଇଥିବା ଓ ଏହି ଚାରି କୋଟି ଟଙ୍କାରେ ଏଣ୍ଟ୍ରାନ୍ସ ଗେଟ, ରାସ୍ତା , ପାର୍କିଙ୍ଗ ଏରିଆ, ମଲ୍ଟି ପ୍ରପୋଜ ବିଲ୍ଡିଂ , ଟଏଲେଟ ବ୍ଲକ, ସୋମେଶ୍ବର ମନ୍ଦିର କୁ ରାସ୍ତା, ପଦ୍ମ ପୋଖରୀରେ ବନ୍ଧ ନିର୍ମାଣ ଭଲି ଅନେକ ଉନ୍ନୟନ କାମ ହେବାପାଇଁ ସ୍ଥିର ହୋଇଥିବା ଜଣାପଡିବା ପରେ ଏ ବିଷୟରେ ବଲାଙ୍ଗୀର ଟୁରିଷ୍ଟ ଅଫିସର ରବୀନ୍ଦ୍ର କୁମାର ଦଲାଇ ଙ୍କୁ ଏ ବିଷୟରେ ପଚାରିବାରୁ ସେ ଏହା ବଜେଟ ରେ ଟଙ୍କା ଏଲଟମେଣ୍ଟ କରାଗଲା ଏ ବିଷୟରେ ମୁଁ ଜିଲ୍ଲାପାଳ ଙ୍କ ସହ ବି ଆଲୋଚନା କରୁଥିଲୁ କାମ ଆରମ୍ଭ ହେବାପାଇଁ କିଛି ସମୟ ଲାଗିପାରେ କାହିଁକି ନା ଏଏସଆଇ କୁ କାମ କରିବା
ପାଇଁ ସହମତି ମଗାଜିବ ଏବଂ ଆଉ କିଛି କାଗଜପତ୍ର କାମ ମଧ୍ଯ ରହିଛି କିନ୍ତୁ କାମ ହେବ ବୋଳି କହିଥିଲେ। ହେଲେ ଏ ପଟେ ଏତେଦିନ ପରେ ଯୋଗିନୀ ପୀଠର ବିକାଶ ପାଇଁ ସରକାର ଆଗକୁ ଆସିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଏବଂ ବିଭିନ୍ନ ସୋସିଆଲ ମିଡିଆରେ କଣ୍ଟାବାଞ୍ଜି ବିଧାୟକ ସାଲୁଜା ଓ ରାଜ୍ଯ ସରକାରଙ୍କୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି। ମନ୍ଦିର କମିଟି ମଧ୍ଯ ଧନ୍ୟବାଦ ଜଣାଇଛି। ପ୍ରକାଶ ଥାଉକି ବଲାଙ୍ଗୀର ଜିଲ୍ଲାର ଭୀମ ଡୁଙ୍ଗରୀ କୁ ୬ କୋଟି ୬୬ ଲକ୍ଷ ଓ ରାଣୀପୁର ଝରିଆଲ କୁ ୪ କୋଟି ଟଙ୍କା ଅନୁମୋଦନ ହୋଇଛି।