-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
15-Mar-2023
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅର୍ନ୍ତଗତ ଖଗସିକନା ଓ ଗୁଡୁଖାପଲା ଗ୍ରାମର ଚାଷୀ ମାନେ ଗତକାଲି ବଲାଙ୍ଗୀର ଉଠା ଜଳସେଚନ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ଡିପ ବୋର ୱେଲ ଖନନ କରିବା ପାଇଁ ଗତ ୨୦୨୦ ମସିହାରୁ ଆବେଦନ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଡିପ ବୋର ୱେଲ ଖନନ କରାଯାଇନାହିଁ । ଯାହା ଫଳରେ ତାଙ୍କର ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ମେଗା ଜଳସେଚିତ ଅଞ୍ଚଳ ଭାବରେ ଉକ୍ତ ଅଞ୍ଚଳକୁ ଘୋଷଣା କରାଯାଇଥିବାରୁ ଡିପ ବୋର ୱେଲ ଖନନ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।
କିନ୍ତୁ ବାସ୍ତବରେ ଚାଷୀ ମାନଙ୍କ ଜମି ମେଗା ଆଇକଟ ର ଶେଷ ମୁଣ୍ଡ ତଥା ଉଚ୍ଚରେ ଥିବାରୁ ପାଣି ପହଁଞ୍ଚି ପାରୁ ନାହିଁ ।
ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଶେଷରେ ଚାଷୀ ମାନେ ଉଠା ଜଳସେଚନ କାର୍ଯ୍ୟାଳୟ ଘେରାଉ କରିବା ସହ ଯଥାଶିଘ୍ର ଡିପ ବୋର ୱେଲ ଖନନ କରିବାକୁ ଦାବି କରିଥିଲେ ।