-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
15-Mar-2023
ନାକଟିଦେଉଳ(କନ୍ଦର୍ପ ବେହେରା ): ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଅଂଚଳର ଜଣେ ଅବିବାହିତା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ନାକଟିଦେଉଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ା ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଯୁବତୀ ଜଣଙ୍କ ଘରଠାରୁ କିଛି ଦୂରକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଯୁବକ ଆସି ଯୁବତୀ ଜଣଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳବାର ଦିନ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ ହୋଇଛି ା ତେବେ ଯୁବକ ଜଣଙ୍କ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ବଂଜାଗୋଳା ଗ୍ରାମର ବୋଲି ସୂଚନା ମିଳିଛି ା ନାକଟିଦେଉଳ ଥାନା ଅଧିକାରୀ କୃପା ବାଗଙ୍କୁ ପଚାରିବାରୁ ଦୁଷ୍କର୍ମ ଅଭିଯୋଗ ହୋଇଛି ହେଲେ ପୁଲିସ୍ ପକ୍ଷରୁ ତଦନ୍ତ ଚାଲିଛି ଅଭିଯୁକ୍ତ ଗିରଫ ପରେ ସଂପୂର୍ଣ୍ଣ ଘଟଣାର ସୂଚନା ପ୍ରକାଶ କରାଯିବ ବୋଲି କହିଛନ୍ତି ା