-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2023
ବଲାଙ୍ଗୀର: ବଲାଙ୍ଗୀର ପୋଲିସ ପକ୍ଷରୁ ଏକ ବଡଧରଣର କଫ ସିରପ୍ ରାକେଟ ଧରପଗଡ କରାଯାଇଛି। ଏହି କଫ ସିରପ ରାକେଟରେ ରାଜ୍ୟର ବିଭିନ୍ନ ସ୍ଥାନର ୩୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୩ ହଜାର ବୋତଲ ଏସକଫ ବ୍ରାଣ୍ଡର କଫ ସିପର୍ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହାସହିତ
ଏକ ମହିନ୍ଦ୍ରା ଏସୟୂଭି ୭୦୦ ଓ ଏକ ପିକ୍ଅପ ଭ୍ୟାନ ଜବତ କରାଯାଇଛି। କଲିକତାର ମେସର୍ସ ଡାଫୋଡିଲ ଡ୍ରଗସ ଲିମିଟେଡ କମ୍ପାନୀର ୨ କୋଟି ଟଙ୍କାକୁ ପୋଲିସ ଫ୍ରିଜଡ କରିଦେଇଥିବା ସୂଚନା ଦିଆଯାଇଛି। ଏହି କଫ ସିରପ୍ ରାକେଟରେ ଚେର ହରିୟାଣାରୁ ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ବ୍ୟାପିଛି।
(ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)