-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2023
ପାଟଣାଗଡ଼ (ପୂର୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ପଞ୍ଚାୟତ ଚନ୍ଦ୍ରପୁର ଗାଁ ରେ ମାଁ ଗୌତିଆନ ବୁଢ଼ୀ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ୧୭ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ୍ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ସମସ୍ତ ଙ୍କୁ ପଛରେ ରଖି
ଧୁମାଭଟା ଓ ସୁଲେକେଲା ଦଳ ଫାଇନାଲ ମ୍ୟାଚ ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଜି ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ଧୁମାଭଟା ଓ ସୁଲେକେଲା ଦଳ ମଧ୍ୟରେ ସଂଘର୍ଷ ଜୋର ହୋଇଥିଲା ।ସୁଲେକେଲା ଦଳ ୨୪ ରନ୍ କରିଥିବା ବେଳେ ଦୁଇ ଓଭର ରେ ୩୧ ରନ୍ କରି ଧୁମାଭଟା ଦଳ ବିଜୟୀ ହୋଇଥିଲେ। ଏହି
କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବିଧାୟକ ଙ୍କ ବେଲପଡା ବ୍ଳକ ପ୍ରତିନିଧି କୁମୁଦ ମହାଖୁଡ (ବାପି),ବେଲପଡା ସରପଞ୍ଚ ହରିଶ ଚନ୍ଦ୍ର ବୁଡେକ,ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ମଧ୍ୟପୁର ସରପଞ୍ଚ ରାମ ଗୋପାଳ ନାଏକ , ଛାତ୍ର ବିଜେଡ଼ି ସଭାପତି ମାନସ ପାଢ଼ୀ , ସୁଲେକେଲା ପଞ୍ଚାୟତ ବିଜେଡି ସଭାପତି ପ୍ରଦୀପ ସିଂ ବୁଡେକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ବିଜୟୀ ଦଳ ଏବଂ ଭଲ ଖେଳାଳୀ ମାନଙ୍କୁ ବିଧାୟକ ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।