-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
08-Mar-2023
ବଲାଙ୍ଗିର : ଆଜି ହସଖୁସିର ଉତ୍ସବ ହୋଲି ରେ ଏକ ଅଘଟଣ ଘଟିଛି l ହୋଲି ଖେଳରେ ସାମାନ୍ୟ କଥାବାର୍ତ୍ତା କୁ କେନ୍ଦ୍ର କରି ଜଣେ ୬୫ ବର୍ଷିୟl ବୃଦ୍ଧା ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି l ଏପରି କିଛି ଅଭା ବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ର ତୁରେକେଲା ଅଞ୍ଚଳରେ l ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ବନ୍ଧ ପଡା ରେ କିଛି ଯୁବକ ରଙ୍ଗ ଖେଳୁ ଥିବା ବେଳେ ପାଖରେ ଥିବା ଧରିତ୍ରୀ ଦଣ୍ଡସେନା ନାମ୍ନୀ ଜଣେ ବୃଦ୍ଧା ଯୁବକ ମାନଙ୍କୁ ବାରଣ କରିଥିଲେ l ଏହି ସାମାନ୍ୟ କଥା କୁ ନେଇ ରଙ୍ଗ ଖେଳରେ ମସଗୁଲ ଥିବା ନିରାକାର ପୋଢ଼ ଓ ଥପି ପୋଢ଼ ନାମକ ଦୁଇ ଜଣ ଯୁବକ ବୃଦ୍ଧା ଙ୍କୁ ଠେଙ୍ଗା ରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ l ଗୁରୁତର ଅବସ୍ଥାରେ ବୃଦ୍ଧା ଙ୍କୁ ୧୦୮ ଆମ୍ବୁଲାନ୍ସରେ ଅଣାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତି କରାଯାଇଥିଲା l