-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
08-Mar-2023
ଆଜି ହେଉଛି ଭାଇଚାରାରା ଓ ରଙ୍ଗର ପର୍ବ ହୋଲି । ପବିତ୍ର ହୋଲି ଅବସରରେ ବଲାଙ୍ଗୀର ଜିଲ୍ଲା ଓ ରାଜ୍ୟବାସୀ ତଥା ପ୍ରେରଣାର ପାଠକ ପାଠିକା ଓ ଦର୍ଶକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଏଇ ଦୃଶ୍ୟ ହେଉଛି ବଲାଙ୍ଗୀର ସହରର ମୁଖ୍ୟ ରାସ୍ତାର । ଶାନ୍ତ ହୋଇପଡିଛି ରାସ୍ତାଘାଟ, ଦୋକାନ ବଜାର ସବୁ ବନ୍ଦ । ହେଲେ ଲୋକଙ୍କ ମଧ୍ୟରେ ହୋଲିର ମଜା ଓ ଉଦ୍ଦମତା ବେଶ ବାରି ହେଉଛି । ବିଶେଷ କରି ଯୁବ ସମାଜ ରଙ୍ଗର ପର୍ବ ହୋଲିରେ ରଙ୍ଗୀନ ହୋଇଯାଇଛନ୍ତି । ନାଚଗୀତ ଓ ଡିଜେ ର ତାଳେ ତାଳେ ସତେ ଯେମିତି ଯୁବ ସମାଜ ମତୁଆଲା ହୋଇ ଏହି ଉତ୍ସବକୁ ପାଳନ କରୁଛନ୍ତି । ସମସ୍ତଙ୍କ ମଧ୍ୟରେ ଏକ ଅପୂର୍ବ ମାଦକତା । ଛୁଆ ରୁ ବୁଢ଼ା ସମସ୍ତେ ହୋଲିର ରଙ୍ଗରେ ମଜି ଯାଇଛନ୍ତି ହଜି ଯାଇଛନ୍ତି । ବର୍ଷକୁ ଥରେ ଆସୁଥିବା ଏହି ସୁଯୋଗକୁ ସତେ ଯେମିତି କେହି ହାତ ଛଡା କରିବାକୁ ଚାହୁଁ ନାହାନ୍ତି ।