-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ରାଜନୀତି

ଯୌନ କେଳେଙ୍କାରୀ ଚପାଇ ଦେବାକୁ ନିର୍ଦ୍ଦେଶ, ସୁବିଧାଜନକ ପୋଷ୍ଟିଂ ପାଇଁ ଧରାଧରି, ଅନ୍ୱେଷା ହଷ୍ଟେଲରେ ରହିବାକୁ ଟଣାଓଟରା

01-Mar-2023



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) କିଛିବର୍ଷ ହେଲା ବଲାଙ୍ଗୀର ଜିଲ୍ଲା କଲ୍ୟାଣ ବିଭାଗରେ ଯାବତୀୟ ଅନିୟମିତତା ସୃଷ୍ଟି ହୋଇଥିବା ଅଭିଯୋଗ ପ୍ରକାଶ ପାଇଆସୁଥିଲା ।  ଏବେ ଚୂଡ଼ାପାଲି ଆଶ୍ରମସ୍କୁଲରେ ଜଣେ ନବମଶ୍ରେଣୀର ଆଦିବାସୀ ଛାତ୍ରୀ ଅବୈଧ ଭାବେ ଗର୍ଭବତୀ ହୋଇପଡିବା ଓ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶରେ ବେଆଇନ୍ ଗର୍ଭପାତ କରିବାକୁ ଯାଇ ଉକ୍ତ ଛାତ୍ରୀଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜର ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା । ଏଣୁ ବାଧ୍ୟହୋଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ସଦରଥାନାରେ ଏତଲା ଦିଆଯିବା ପରେ ଛାତ୍ରୀଟିର ବୟାନ ଆଧାରରେ ତା'ରି ଗ୍ରାମର ଜଣେ ଦାଦନଶ୍ରମିକ ଯୁବକକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ପ୍ରକାଶ । ତେବେ ଅଭିଯୁକ୍ତ ଯୁବକର ମାଆ ଓ ଏହି ଘଟଣାରେ ଅଭିଯୁକ୍ତ ଯୁବକ ମାୟାବର୍ହା ଗ୍ରାମର ଅକ୍ଷୟ ଧରୁଆ ନାମକ ଯୁବକଟି ଉକ୍ତ ଗ୍ରାମର ସ୍ମିତା ବରିହା ( ଛଦ୍ମ ନାମ ) ନାମ୍ନୀ ଯୁବତୀଟି ସାଙ୍ଗରେ ତା'ର ପୂର୍ବସମ୍ପର୍କ ଥିବା ଓ ସେ ଏହିଘଟଣାରେ ଦାୟୀ ନଥିବା ସଫେଇ ଦେଇଥିବାରୁ ଅଞ୍ଚଳରେ ଘଟଣାଟିକୁ ଭିନ୍ନମୋଡ ଦିଆ ଯାଉଥିବାର ଚର୍ଚ୍ଚା ମଧ୍ୟ ପ୍ରକାଶ ପାଇଛି ।  ଅସମର୍ଥିତ ସୂତ୍ରରୁ ପ୍ରକାଶିତ ଏହି ଚର୍ଚ୍ଚା ଅନୁଯାୟୀ , ଉକ୍ତ ଆଶ୍ରମସ୍କୁଲର ବୟେଜ୍ ହଷ୍ଟେଲରେ ଆସି ମଝିରେ ମଝିରେ ଜଣେ ଛାତ୍ରସାଙ୍ଗ ସହ ରହୁଥିବା ଜଣେ ବାହାରର ଅଣଛାତ୍ର ଏହି କେଳେଙ୍କାରୀରେ ଜଡିତ ।  ଆହୁରି ମଧ୍ୟ ଏହି ସ୍କୁଲ୍ ର ହଷ୍ଟେଲରେ ବିଭିନ୍ନ ଗଣ୍ଡଗୋଳ ହୋଇଆସୁଛି । ଗତ ୨୧ ତାରିଖରେ ଜଣେ ଅଣଛାତ୍ର ହଷ୍ଟେଲରେ ପଶି ଜଣେ ଆବାସିକ ଛାତ୍ରଙ୍କୁ ଲୁହାଚେନ୍ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଗତ ୨୫ ତାରିଖରେ ସ୍ଥାନୀୟ ସଦରଥାନାରେ ଏତଲା ଦିଆଯାଇଥିଲା । ପୁଣି ଥରେ ଜଣେ ଅଣଛାତ୍ର ହଷ୍ଟେଲରେ ପଶି ଜଣେ ଛାତ୍ରକୁ ୮୦ ଟଙ୍କା ମାଗି ଆକ୍ରମଣ ଉଦ୍ୟମ କରିଥିବା ମଧ୍ୟ ଏହିସୂତ୍ରରୁ ପ୍ରକାଶ । ଏଣୁ ଉକ୍ତ ଘଟଣାବଳୀର ଅଣଛାତ୍ରମାନେ ନିଶାସକ୍ତ ହୋଇଥିବା ଅନୁମାନ କରାଯାଏ । ଏତେସବୁ ଘଟଣା ସତ୍ତ୍ୱେ ପ୍ରଶାସନ , ପୁଲିସ୍ , ବିଭାଗ କିମ୍ବା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିରୋଧକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଆଶ୍ଚର୍ଯ୍ୟଜନକ ।

ତେବେ ହଷ୍ଟେଲରେ ଏହି ଯୌନକେଳେଙ୍କାରୀ ଘଟଣାରେ ମଧ୍ୟ ମେଟ୍ରନ୍ , ହଷ୍ଟେଲ ସୁପରିଟେଣ୍ଡେଣ୍ଟ , ପ୍ରଧାନସେବକ କିମ୍ବା ଡିଡବ୍ଲୁଓଙ୍କ ସମେତ ସମସ୍ତେ ମିଳିତଭାବରେ ସମ୍ପୂର୍ଣ୍ଣ ଅବଗତ ଥାଇ ଛାତ୍ରୀଟିର  ପରିବାର ଲୋକଙ୍କ ଉପରେ ଚାପ ପକାଇ ଛାତ୍ରୀଟିର କେଉଁଠି ଅବୈଧ ଗର୍ଭପାତ କରାଇଥିବା ସହ ତା'ଠାରୁ ବୟାନ ଲେଖାଇନେଇଥିବା ଓ ଅବସ୍ଥା ସଂକଟାପର୍ଣ ହୋଇପଡିବାରୁ ବାଧ୍ଯହୋଇ ହାସପାତାଳରେ ଭର୍ତ୍ତି କରାଇଥିବା ଜଣାପଡିଛି । ସବୁଠାରୁ ଗୁରୁତର କଥା ଏହାଯେ ଗଣମାଧ୍ୟମକୁ ଡିଡବ୍ଲୁଓ ଅଲେଖ ବିଶ୍ବାଳ  ଏସମ୍ପର୍କରେ କାହାରିକୁ କିଛି ନକହିବାକୁ ଉପରୁ ମନାକରାଯାଇଥିବା କହିଥିବା ଆହୁରି ଆଶ୍ଚର୍ଯ୍ୟଜନକ ! ସ୍କୁଲ୍ ପକ୍ଷରୁ ମଧ୍ୟ ଜିଲ୍ଲାର ଜଣେ ମୁଖିଆ ଏପରି ନିର୍ଦ୍ଦେଶ ଦେଇଥିବା ଓ ଏହି ଆଧାରରେ ସ୍କୁଲ୍ ରେ ନୋଟିସ୍ ଜାରୀ କରାଯାଇ ଗାଇଡ୍ ଲାଇନ୍ ର ଆଳ ଦିଆଯାଇଛି । ଏହି ଉପର ବା ଅଧିକାରୀ କିଏ ଓ କାହିଁକି ଏପରି ନିର୍ଦ୍ଦେଶ ଦେଲେ ବୋଲି ଉତ୍କଣ୍ଠା ପ୍ରକାଶ ପାଇବା ସ୍ବାଭାବିକ୍ । ଏଣୁ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଡିଡବ୍ଲୁଓଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଥିବା ପ୍ରକାଶ ।

ଦ୍ୱିତୀୟତଃ  ଏହି ସ୍କୁଲ୍ ରେ ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ପାଖ ବୋଲି ଦୀର୍ଘବର୍ଷ ଧରି ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ ସହ କର୍ମଚାରୀମାନେ ଅବସ୍ଥାପିତ ରହିଆସିଥିବା , ଜିଲ୍ଲାର ସ୍କୁଲ୍ ଓ ହଷ୍ଟେଲରେ ନିୟମିତ ସମୟାନ୍ତରରେ ବଦଳିବ୍ୟବସ୍ଥା ଲାଗୁ କରା ନଯିବା ଓ ବିଶେଷତଃ ଏବେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ' ଅନ୍ବେଷା ' ହଷ୍ଟେଲରେ ରହିବାକୁ ପ୍ରଚୁର ଉତ୍କୋଚ କାରବାର ଚାଲିଥିବା , ଏଥିରେ ମୁଖିଆ , ଖୋଦ୍ ଅଧିକାରୀ ଓ କେତେକ କିରାଣୀ ଜଡିତ ରହିଥିବା କୁହାଯାଉଛି ।  ବିଶେଷସୂତ୍ରରୁ ମିଳିଥିବା ଏକ ସୂତ୍ରରୁ ପ୍ରକାଶ ଯେ , ବଲାଙ୍ଗୀର ସହର ଉପକଣ୍ଠରେ ଖୋଲିଥିବା ଜିଲ୍ଲାର ସବୁଠାରୁ ବଡ ପ୍ରାୟ ୯ଶହସଂଖ୍ୟାବିଶିଷ୍ଟ ଅନ୍ବେଷାହଷ୍ଟେଲରେ ରହିବାକୁ ଶିକ୍ଷକ / ଶିକ୍ଷୟିତ୍ରୀ ବା ସେବକ / ସେବିକାମାନଙ୍କର ଲବି ଚାଲିଛି । ଏଣୁଏହି ହଷ୍ଟେଲ ଦାୟିତ୍ୱରେ ଆଉଟ୍ ସୋର୍ସିଂରୁ କର୍ମଚାରୀ ରଖା ନଯାଇ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କର କି କାମ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ୍ । 

ସେହିପରି ନିୟମିତ ଭାବରେ ପିଲାଙ୍କ ମେସ୍ ଖର୍ଚ୍ଚ , ଆସବାବପତ୍ର , ପୋଷାକ ପତ୍ର , ଯୋତା , ଅନ୍ୟାନ୍ୟ ସାମଗ୍ରୀଯୋଗାଣରେ ବ୍ୟାପକ ଅନିୟମିତତାର ଅଭିଯୋଗ ପ୍ରକାଶ ପାଇଆସୁଛି । କିଛିଦିନତଳେ ଜିଲ୍ଲାଧିକାରୀଙ୍କ ଜ୍ଞାତସାରରେ ଝାଙ୍କରପାଲି ସେବାଶ୍ରମସ୍କୁଲ୍ ର ବାଳିକା ହଷ୍ଟେଲରେ କାଠସାମଗ୍ରୀ ଯୋଗାଉଥିବା ଜଣେ ବାହାର ଅଞ୍ଚଳର ଠିକାଦାରଙ୍କ କେତେଜଣ ପୁରୁଷ ବଢେଇ ରହି ଖଟ , ଟେବୁଲ୍ ଚୌକିଆଦି ତିଆରିକରୁଥିବା ଖବର ପ୍ରକାଶ ପାଇଥିଲେ ହେଁ , ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବା ବିସ୍ମୟଜନକ ।

ଉଲ୍ଲେଖନୀୟ ଯେ , ଏହି ବିଭାଗରେ ଏଭଳି ଘଟଣା ନୂଆ ନୁହେଁ । କିଛିବର୍ଷତଳେ ରାମଚନ୍ଦ୍ରପୁର କନ୍ୟାଶ୍ରମରେ ମଧ୍ୟ ଅନୁରୂପ ଘଟଣା ଘଟି ଦୁଇଜଣ ଶିକ୍ଷକ ଓ ଜଣେ ମହିଳା ସିସିଏ ନିଲମ୍ବିତ ହୋଇଥିଲେ ।
ଏଣୁ ଉପରୋକ୍ତ ଅନିୟମିତତାର ଫଳସ୍ବରୂପ ଏବେ ଏଭଳି ଚରମ କେଳେଙ୍କାରୀ ଘଟିଯିବାର ଏତେଦିନ ପରେ ବି ସରକାର , ବିରୋଧୀଦଳ , ପ୍ରଶାସନ କିମ୍ବା ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଆଶ୍ଚର୍ଯ୍ୟ ଜନକ ବୋଲି ଜନମତ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like