-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବନଖଣ୍ଡର ଦୁର୍ନୀତି ପ୍ରସଙ୍ଗ  : ତିନିବର୍ଷରେ ୨ କୋଟି  ! ବିଧାନସଭାରେ ଉଠାଉ ବିରୋଧୀଦଳ 

23-Feb-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ବଲାଙ୍ଗୀର ବନଖଣ୍ଡରେ ବିଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନାରେ ୨ କୋଟିରୁ ଉର୍ଦ୍ଧ୍ବଟଙ୍କାର ଦୁର୍ନୀତି ଅଡିଟ୍ ରେ ଧରାପଡିବା ପରେ ବିଭାଗୀୟ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶରେ ଡିଏଫଓ ନୀତିଶକୁମାର ସମ୍ପୃକ୍ତ ପୂର୍ବତନ ଡିଏଫଓ ସମୀର ଶତପଥୀ ଓ  ତତ୍କାଳୀନ ଏସି ଏଫ୍ ବାବାଜୀ ଚରଣ ରାଉଳ , ଅବସରପ୍ରାପ୍ତ କନିଷ୍ଠ ବିତ୍ତ ଅଧିକାରୀ ଶତୃଘନ ପାଣିଗ୍ରାହୀଙ୍କ  ସମେତ ୧୬ ଜଣ ଅଧିକାରୀଙ୍କ ଠାରୁ ସେହି ଅର୍ଥ ଭରଣା ପାଇଁ ଗତ ଜାନୁଆରୀ ୨୦ ତାରିଖରେ  ଚିଠି କରିଥିବା ପ୍ରକାଶ । ଏହା ଆଜି ଗଣମାଧ୍ୟମରେ ପ୍ରକାଶ ପାଇବାପରେ ସମ୍ପୃକ୍ତ ବନକର୍ମଚାରୀ ଛାନିଆ ହୋଇପଡିଛନ୍ତି  ।  ତେବେ ଏତେବଡ ଦୁର୍ନୀତି ବିଷୟ ବିଧାନସଭାରେ ପ୍ରସଙ୍ଗ ନହେବା ଓ  ଥାନାରେ ଏହି ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଋଜୁ କରା ନ ଯାଇଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।  କେତେକ ଏହାକୁ ଏତେଦିନ ହେଲା ଚପାଇ ରଖି ଏଠାରେ ମ୍ୟାନେଜ୍ କରାଯିବାକୁ ଭିତିରିଆ ଷଡଯନ୍ତ୍ର ଉଦ୍ୟମ କରାଯାଇଥିବା  ଓ ଶେଷରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଥିବାରୁ  ଚପାଇ ରଖିବା ସମ୍ଭବ ହୋଇ ନଥିବାରୁ ବାଧ୍ୟ ହୋଇ ପ୍ରକାଶ କରିବାକୁ ଦିଆଯାଇଥିବା  ଚର୍ଚ୍ଚା ହେଉଛି ।

ସେ ଯାହା ହେଉ, ଏବେ ଏହି ଦୁର୍ନୀତିପ୍ରବଣ ଜିଲ୍ଲାର ଇତିହାସରେ ଏହା ଆଉ ଏକ ବଡ ଦୁର୍ନୀତିର ଫର୍ଦ୍ଦ ଯୋଡିହେଲା ବୋଲି କୁହାଯିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ବାହାସ୍ଫୋଟ ମାରିଆସୁଥିବା ଜିଲ୍ଲାର ଟାଣୁଆ ବିରୋଧୀଦଳର ବିଧାୟକମାନେ ନ ଜାଣିଲା ପରି ତୁଣ୍ଡରେ ତୁଣ୍ଡି ବାନ୍ଧି ବସିଥିବା ଲୋକେ କଟାକ୍ଷ କରିଛନ୍ତି । ସେହିପରି କୌଣସି ଛୋଟମୋଟ ଖବରକୁ ତୁମ୍ବିତୋଫାନ କରୁଥିବା  ସ୍ଥାନୀୟ ମିଡିଆ ମଧ୍ୟ ଏ ସମ୍ପର୍କରେ ଜାଣିପାରିନାହିଁ ଅଥବା କୌଣସି ଉଦ୍ଦେଶ୍ୟରେ ନୀରବଦ୍ରଷ୍ଟା ପାଲଟିଛି  !  ଏହା ଜଣାପଡ଼ିବା ପରେ ଏହି ଦୁର୍ନୀତିଖବରକୁ ଘନଘନ ପ୍ରଚାର ପ୍ରସାର କରି ଜନସ୍ୱାସ୍ଥ୍ୟ ଜାଗ୍ରତ କରିବାକୁ ଅଭିଯାନ ଚଳାଇବା ଆବଶ୍ୟକ ଜରୁରୀ ହୋଇପଡିଛି ।  

ଏଠାରେ ପ୍ରକାଶଯୋଗ୍ୟ ଯେ , ଗତ କିଛିବର୍ଷ ଧରି ବଲାଙ୍ଗୀର ବନଖଣ୍ଡର ଉପରୋକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କ୍ରମାଗତ ଭାବେ ଦୁର୍ନୀତି କରୁଥିବାର ଅଭିଯୋଗ ପ୍ରକାଶ ପାଇ ଆସୁଥିଲା । ଆଶ୍ଚର୍ଯ୍ୟର କଥା ଯେ ତଥାପି ବିଭାଗ ବା ସରକାର ନୀରବ ରହିଆସୁଥିଲେ ।  କେବଳ ଯେ ୨୦୧୭ରୁ ୨୦୨୦ ତିନିବର୍ଷରେ ଏତିକି ଯୋଜନାରେ ଏତିକି ମାତ୍ର ଆର୍ଥିକ ଅନିୟମିତତା ହୋଇଛି , ତା' ନୁହେଁ  ; ପୂର୍ବବର୍ଷଗୁଡିକର ପ୍ରକୃତ ଯାଞ୍ଚ କରାଗଲେ , ଆହୁରି କୋଟି କୋଟି ଟଙ୍କାର ଦୁର୍ନୀତି ପଦାକୁ ଆସିବ ! ଏଥିଲାଗି ବିଭାଗୀୟ ବ୍ୟବସ୍ଥାରେ ଗୁରୁତର ତ୍ରୁଟିବିଚ୍ୟୁତି ରହିଛି । ଗାର୍ଡରୁ ପଦୋନ୍ନତି ପାଇଥିବା ଜିଲ୍ଲାର ବହୁ ଅସାଧୁ ଚିହ୍ନା କର୍ମଚାରୀ ଏସିଏଫ , ରେଞ୍ଜର ଓ ଫରେଷ୍ଟର ହୋଇଯାଇ ଦୀର୍ଘକାଳ ଧରି ଏଠୁ ସେଠିକି ହେଇ ଜିଲ୍ଲାରେ ଅବସ୍ଥାପିତ ହୋଇ ରହିଆସିଥିବା ଏପରି ଦୁର୍ନୀତିପରାୟଣ ହୋଇପଡିବାର ମୁଖ୍ୟ କାରଣ । ଯେଉଁ ଅଧିକାରୀ / କର୍ମଚାରୀଙ୍କ ଠାରୁ ଏହି ଅର୍ଥଭରଣାର ତାଲିକା ପ୍ରକାଶ ପାଇଛି , ସେମାନଙ୍କ ସମ୍ପର୍କରେ ଲୋକେ ଭଲଭାବରେ ଅବଗତ ଅଛନ୍ତି ।  ତେଣୁ  ବଲାଙ୍ଗୀର ବନଖଣ୍ଡ ସମେତ ବଲାଙ୍ଗୀର କେନ୍ଦୁପତ୍ର ବିଭାଗର ବିଭିନ୍ନ ଡିଭିଜନ ସମେତ ସୋନପୁର ବନଖଣ୍ଡର ମଧ୍ୟ ଏହିପରି ଅଡିଟ୍ କରାଯିବାକୁ ଜନସାଧାରଣ ଦାବି ଉଠାଇଥିବା ଜଣାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like