-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
23-Feb-2023
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା କୁ ଏନଏସି ମାନ୍ୟତା ଦାବୀ ରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତ ବୁଧବାର ଦିନ ଲୋଇସିଂହା କାର୍ଯ୍ୟାଳୟ ଗୁଡିକ ବନ୍ଦ କରାଯାଇଥିଲା l ଦାବି ପୂରଣ ହେବା ପର୍ଯ୍ଯନ୍ତ ଲୋଇସିଂହା ଓ ବୁର୍ଡାସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ,ବ୍ୟାଙ୍କ, ଦେଶୀ, ବିଦେଶୀ ମଦ ଭାଟି ଓ ବାର୍ କୁ ପ୍ରତ୍ୟକ ମାସର ଶେଷ ବୁଧବାର ବାର ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ଫେବୃଆରୀ ମାସର ଶେଷ ବୁଧବାର ହୋଇଥିବାରୁ ସମସ୍ତ କାର୍ଯ୍ୟାଳୟ କୁ ବନ୍ଦ କରାଯାଇଛି l ଲୋଇସିଂହା ତହସିଲ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ପହଂଚିଥିଲେ ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ ବୃନ୍ଦ ଏତିକି ବେଳେ ତହସିଲଦାରଙ୍କ ଉପସ୍ଥିତିରେ ଅଜାଣତରେ ପହଞ୍ଚିଥିଲେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ l କିଛି ସମୟ ବିକାଶ ପରିଷଦ ସଦସ୍ୟଙ୍କ ସହ ଆଲୋଚନା ପରେ ତହସିଲ କାର୍ଯ୍ୟାଳୟରୁ ଫେରିବାକୁ ପଡିଥିଲା l ସ୍କୁଲ୍,କଲେଜ୍, ଦୋକାନ ବଜାର ଓ ମେଡିକାଲ କୁ ଏହି ବନ୍ଦ ରୁ ବାଦ୍ ଦିଆଯାଇଛି l