-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||     

HOME   ଜିଲ୍ଲା

ବୌଦ୍ଧରେ ପ୍ରସ୍ତୁତ ଖଜୁରୀ ଗୁଡ ରାଜ୍ୟରେ ସର୍ବୋକ୍ତୃଷ୍ଟ, ଜିଲାରେ ଖଜୁରୀଗୁଡ ଶିଳ୍ପର ବିକାଶ ପାଇଁ  ତାଲିମ କେନ୍ଦ୍ରରେ ପହଞ୍ଚି ଲୋକଙ୍କୁ ଉତ୍ସାହିତ କଲେ ଜିଲାପାଳ  

23-Feb-2023



ବୌଦ୍ଧ / କୃଷିଭିତ୍ତିକ ବୌଦ୍ଧଜିଲାରେ ଅନେକ ସାମଗ୍ରୀର ଉତ୍ପାଦନ ହେଉଥିଲେ ମଧ୍ୟ ପ୍ରକୃତ ବଜାର ମିଳିପାରୁନଥିବାରୁ ଉତ୍ପାଦକମାନେ ସାମଗ୍ରୀର ପ୍ରକୃତ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହିତ ଏହାର ପ୍ରଚାର ପ୍ରସାର ମଧ୍ୟ ହୋଇପାରୁନାହିଁ । ଜିଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବାରେ ଜିଲାରେ ଉତ୍ପାଦିତ ସାମଗ୍ରୀ ଗୁଡିକର ଚିହ୍ନଟ ଓ ପଂଜିକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ସହିତ ଉତ୍ପାଦକମାନଙ୍କୁ ବଜାର ସହିତ ଯୋଡି ସେମାନଙ୍କୁ ଆର୍ଥୀକ ସ୍ୱାବଲମ୍ବୀ କରାଇବା ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି । ବୌଦ୍ଧରେ ଉତ୍ପାଦିତ ବୁଣାକାର ସାମଗ୍ରୀକୁ ବୁଣାକାର ବଜାର ଜରିଆରେ ବିକ୍ରୟ କରାଯିବା ସହିତ ବିଭିନ୍ନ ଅଞ୍ଚଳର ବ୍ୟବସାୟୀଙ୍କୁ ବୌଦ୍ଧ ପ୍ରତି ଆକୃଷ୍ଟ କରାଯାଇପାରିଛି । ସେହିପରି ବୌଦ୍ଧରେ ଉତ୍ପାଦିତ କଳାମୁଗ,ହରଡଡାଲି,ଆମ୍ବ,ପିଜୁଳି,ତରଭୁଜ,ପିଆଜ ଏବଂ ସର୍ବୋପରି ନଦୀମାଛ ଓ ଚିଙ୍ଗୁଡିର ଚାହିଦା ବାହାର ବଜାରରେ ବହୁତ ରହିଛି । କିନ୍ତୁ ଉତ୍ପାଦକମାନଙ୍କୁ ପ୍ରକୃତ ବଜାର ଓ ପ୍ରୋତ୍ସାହନ ମିଳିପାରୁନଥିବାରୁ ସେମାନେ ଏସବୁ ସାମଗ୍ରୀର ଉତ୍ପାଦନ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହୋଇଛି । ବୌଦ୍ଧରୁ ଉତ୍ପାଦିତ ଅନ୍ୟ ଏକ ସାମଗ୍ରୀ ଖଜୁରୀରୁ ପ୍ରସ୍ତୁତ ଗୁଡ ରାଜ୍ୟରେ ସର୍ବୋକ୍ତୃଷ୍ଟ ବୋଲି ଜଣାପଡିଛି । ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମକ୍ରମେ ବୌଦ୍ଧର ଖକ୍ସୁରୀଗୁଡକୁ ରାଜ୍ୟ ବଜାର ସହ ସଂଯୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବୌଦ୍ଧଜିଲା ହରଭଙ୍ଗା ବ୍ଲକର ନାୟକପଡାଠାରେ ଖକ୍ସୁରୀଗୁଡ ପ୍ରସ୍ତୁତ ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ଶ୍ରୀସାହୁ ଉଦଘାଟନ କରିବା ସହିତ ଉତ୍ପାଦନକାରୀ ପରିବାରମାନଙ୍କୁ ଆର୍ଥୀକ ସ୍ୱାବଲମ୍ବୀ କରାଇବା ଦିଗରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ରାଜ୍ୟ ତାଳଗୁଡ ସମବାୟ ସଂଘ ସହାୟତାରେ ଖଜୁରୀଗୁଡ ପ୍ରସ୍ତୁତକାରୀମାନଙ୍କୁ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଜିଲାପାଳଙ୍କ ପରାମର୍ଶକ୍ରମେ ସ୍ୱତନ୍ତ୍ର ପରିଚାଳନା ଅଧିକାରୀ ଗୋପାଳକୃଷ୍ଣ ପଟ୍ଟନାୟକ ଓ ପରିଚାଳକ ଅଜିଜ କିରନ ପାଲ ଗତ ଅକ୍ଟୋବର ମାସରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ଖଜୁରୀ ଓ ତାଳଗଛ ଅଧିକମାତ୍ରାରେ ରହିଥିବା ଅଞ୍ଚଳଗୁଡିକର ଅନୁଧ୍ୟାନ କରିବାସହ ୧୦ ଗୋଟି ଗ୍ରାମରେ ଗୁଡ ପ୍ରସ୍ତୁତି ତାଲିମ ଓ ଉତ୍ପାଦନ କରିବା ପାଇଁ ସ୍ଥିର କରିଥିଲେ । ଚିହ୍ନଟ ହୋଇଥିବା ଗ୍ରାମ ଗୁଡିକ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ନାୟକପଡା,ତାଳବାହାଲ ଓ ଚନ୍ଦନନଗର ଗ୍ରାମର ୧୫ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଅନ୍ୟ ଜିଲାରେ ୧୦ଲିଟର ଖଜୁରୀ ରସରୁ ୧ କିଲୋ ଗୁଡ ସଂଗ୍ରହ କରାଯାଉଥିବାବେଳେ ବୌଦ୍ଧଜିଲାରେ ୭ ଲିଟର ରସରୁ ୧ କିଲୋ ସର୍ବୋକ୍ତୃଷ୍ଟ ମାନର ଗୁଡ ପ୍ରସ୍ତୁତ ହେଉଥିବା ଜାଣି ଅଧିକାରୀମାନେ ଖୁସିବ୍ୟକ୍ତ କରିଥିଲେ । ରାଜ୍ୟର ବଜାରରେ ବୌଦ୍ଧରୁ ପ୍ରସ୍ତୁତ ଖଜୁରୀ ଗୁଡର ଚାହିଦା ଅଧିକ ରହିବ ବୋଲି ତାଳଗୁଡ ମହାସଂଘର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର ପ୍ରକାଶ କରିବା ସହିତ ଉତ୍ପାଦନକାରୀମାନଙ୍କୁ ପ୍ରସ୍ତୁତ ଗୁଡର ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ବର୍ଷକୁ ମାତ୍ର ତିନିମାସ ଏହି ଗୁଡ ପ୍ରସ୍ତୁତ ହୋଇପାରିବ, ତେଣୁ ଏଥିରେ ନିୟୋଜିତ ପରିବାରମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ସାମିଲ କରି ଆର୍ଥୀକ ସ୍ୱାବଲମ୍ବୀ କରାଯିବ ବୋଲି ଜିଲାପାଳ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ଖଜୁରୀ ରସରୁ ପ୍ରସ୍ତୁତ ୫୦ କିଲୋ ଗୁଡକୁ ବିକ୍ରୟ ପାଇଁ ଉତ୍ପାଦକମାନଙ୍କ ପକ୍ଷରୁ ତାଳଗୁଡ ମହାସଂଘକୁ ପ୍ରଦାନ କରାଯାଇଥିଲା । ସମସ୍ତ ଉତ୍ପାଦନକାରୀ ଗୋଟିଏ ସ୍ଥାନରେ ଗୁଡ ପ୍ରସ୍ତୁତ କରିବାକୁ ଏକ ସାମୁହିକ ୱାର୍କସେଡ ନିର୍ମାଣ କରିବା ସହିତ ସେଠାରେ ଆଲୋକ ବ୍ୟବସ୍ଥା କରାଯିବାକୁ ଏବଂ ଉତ୍ପାଦନକାରୀ ପରିବାରମାନଙ୍କୁ ନେଇ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିବାକୁ ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଦେବଦତ୍ତ ମିଶ୍ରଙ୍କୁ ଜିଲାପାଳ ଶ୍ରୀସାହୁ ନିର୍ଦ୍ଦେଶ ଦେଇଥିଲେ ।  ନାୟକପଡାଠାରେ  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲପାଳ ରବିନ୍ଦ୍ରନାଥ କହଁର,ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ, ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକ,ଆର୍କିଟେକ୍ ଡଃ.ସୁମନ ଷଡଙ୍ଗୀ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ / ହୃଦାନନ୍ଦ ମେହେର )


News Comment




Photo in News

Advertisment
Lastest News
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026

You Might Also Like