-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
21-Feb-2023
ବଲାଙ୍ଗୀର!ମଳୟ ମିଶ୍ରଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ବିଭାଗର ଆବାସିକ ଆଶ୍ରମସ୍କୁଲ ଓ ସେବାଶ୍ରମସ୍କୁଲ୍ ଗୁଡିକରେ ପିଲାଙ୍କ ଖାଦ୍ୟପେୟର ମେସ୍ ଖର୍ଚ୍ଚରୁ ବିଭାଗୀୟ ଅଧିକାରୀ ଓ ଦାୟିତ୍ୱରେ ଥିବା ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ନିୟମିତ ବାଟମାରଣା କରାଯାଉଛି । ମିଛ ବର୍ଦ୍ଧିତ ଉପସ୍ଥାନ ପକାଯାଇ ନିମ୍ନମାନର ଓ କମ୍ ପରିମାଣର ସାମଗ୍ରୀର ମନଇଚ୍ଛା ଦରଦାମ୍ ବଳରେ ପ୍ରତିମାସର ପିଲାଙ୍କ ଷ୍ଟାଇପେଣ୍ଡ୍ ଅର୍ଥରୁ ହଜାର ହଜାର ଟଙ୍କା ବାଟମାରଣା କରାଯାଇଆସୁଥିଲେ ହେଁ , ବିଭାଗୀୟ ଅଧିକାରୀ ତାଙ୍କ କମିଶନ ପାଇ ଚୁପ୍ ରହି ଆସୁଛନ୍ତି । ଜିଲ୍ଲାର ସବୁ ଆବାସିକ ସ୍କୁଲ୍ ରେ ବର୍ଷ ବର୍ଷ ଧରି ଏଭଳି ଅବାଧ ଦୁର୍ନୀତିର ଅଭିଯୋଗ ପ୍ରକାଶ ପାଉଥିଲେ ହେଁ , ସରକାର ତଦନ୍ତ କରୁ ନଥିବା ଆଶ୍ଚର୍ଯ୍ୟର ବିଷୟ ।
ଏଥିସହ ବଲାଙ୍ଗୀରଜିଲ୍ଲା ସମେତ ଅନ୍ୟାନ୍ୟଜିଲ୍ଲାରେ ଉକ୍ତବିଦ୍ୟାଳୟଗୁଡିକର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଯୋଗାଇଦେଉଥିବା ' ଅନ୍ବେଷା ' ଆଦି ବିଶେଷ ସୁବିଧା ସହିତ ପୋଷାକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତାର ନିୟମିତ ବାଟମାରଣାର ତଦନ୍ତ ନିମନ୍ତେ ଚଳିତ ବିଧାନସଭାରେ ବିରୋଧୀଦଳଗୁଡିକ ପକ୍ଷରୁ ସ୍ବରୋତ୍ତଳନ କରାଯିବାକୁ ଜନସାଧାରଣ ଦାବି କରନ୍ତି ।