-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
21-Feb-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର )ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ସଦର ବ୍ଲକ ହାର୍ଡlଟାଲ ସେକସନ ଅଧୀନସ୍ଥ କୋଇଣ୍ଡାପାଲି ଗାଁ ରେ ବନ ବିଭାଗ ପକ୍ଷରୁ ଅତର୍କିତ ଭାବରେ ଚଢାଉ କରାଯାଇ ବିପୁଳ ପରିମାଣର କାଠ ଗଣ୍ଡି ଜବତ କରାଯାଇଛି l ପ୍ରାୟ ୫୦ ସି ଏଫ୍ ଟି ର ୧୪୭ ଖଣ୍ଡ କାଠ ଗଣ୍ଡି ଜବତ କରିଥିବା ସୂଚନା ମିଳିଛି l ଜବତ ହୋଇଥିବା ଶାଗୁଆନ, ସାଲ ଓ ହଲଦୁ କାଠର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l
ବଲାଙ୍ଗିର ରେଞ୍ଜ ଅଧିକାରୀ କେଶବ କିଶୋର ନାଏକ ଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ଫରେଷ୍ଟର ବ୍ୟାସଦେବ ସାହୁ, ହରିବଂଶ ପ୍ରଧାନ ,ସୁନୀତା ମୁଣ୍ଡା, ଜେନା ରାଉତ ,ଫରେଷ୍ଟ ଗାର୍ଡ ଭାରତୀ ଦାନୀ ଓ ରଞ୍ଜିତ କୁମ୍ଭାର ପ୍ରମୁଖ ସାମିଲ ହୋଇଥିଲେ l