-+91-9937148622 |

prerana_bgr@rediffmail.com |

  Tuesday 14th July 2026 |

| | | |

R.N.I. Regd No. ODIODI/2010/46693

Breaking News

ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   (14-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର    (14-Jul-2026)       ||      ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ    (14-Jul-2026)       ||      ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   (14-Jul-2026)       ||      ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   (14-Jul-2026)       ||      ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   (14-Jul-2026)       ||      ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||     

HOME   ଜିଲ୍ଲା

ସୁଶାନ୍ତସିଂଙ୍କ ଟାର୍ଗେଟରେ ନରସିଂହ.. ବସ୍ତିବାସିନ୍ଦାଙ୍କ ସହ ବିଜେଡିର ଶୋଭାଯାତ୍ରା,ଗର୍ଜିଲେ ମହିଳା

20-Feb-2023



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ପୌରପାଳିକାରେ ନରସିଂହଙ୍କ ପ୍ରଭୁତ୍ୱ ଚାଲୁଥିଲା । ଏବେ ନିର୍ବାଚିତ କାଉନସିଲ ଆସିଲା ପରେ ନରସିଂହ ଓ କାଉନସିଲ ମଧ୍ୟରେ ତୁତୁ ମେମେ ଚାଲିଛି । ବଲାଙ୍ଗୀର ପୌରାପାଳିକାରେ ବିଜେଡିର ଅଧ୍ୟକ୍ଷା ଲିକା ସାହୁ ବିପୁଳ ଭୋଟରେ ଜିଣିବା ସହିତ ୨୧ଟି କାଉନସିଲରଙ୍କ ମଧ୍ୟରୁ ୧୬ଟିରେ ଶାସକ ବିଜେଡିଦଳ ଜିଣିଛି । ମୁଖ୍ୟତଃ ବସ୍ତିବାସିନ୍ଦା ବହୁମାତ୍ରାରେ ବିଜେଡିକୁ ଭୋଟ ଦେଇଛନ୍ତି । ତେଣୁ ନରସିଂହ ମିଶ୍ର ବଲାଙ୍ଗୀର ସହରରେ ବିକାଶ ନାମରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରି ହଇରାଣ କରିବାକୁ ହୀନ ଉଦ୍ୟମ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବଲାଙ୍ଗୀର ଇନ୍ଦିରାନଗର ଓ ଇଚ୍ଛାପଡାରେ ବସ୍ତାବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ନରସିଂହ ରାଜ୍ୟସରକାର ଉପରେ ବାରମ୍ବାର ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏପରିକି ନିର୍ବାଚିତ କାଉନସିଲକୁ ଭାଙ୍ଗିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ତେଣୁ ଆଜି ବସ୍ତିବାସିନ୍ଦାଙ୍କୁ ସାଙ୍ଗରେ ନେଇ ବିଜେଡି ବଲାଙ୍ଗୀରରେ ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ହଜାର ହଜାର ସଂଖ୍ୟାରେ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇ ନରସିଂହଙ୍କୁ ଖୋଲା ଆହ୍ୱାନ କରିଛନ୍ତି । ବିଜେଡି ଦାବି କରିଛି ଯେ,ବଲାଙ୍ଗୀର କ୍ଲବପଡାର ଲକ୍ଷ୍ମୀନାରାୟଣମନ୍ଦିର ଓ ସ୍କୁଲର ଜମିକୁ ଡିମାରକେସନ କରାଯାଉ । ଏହା ସହିତ ଗତ ୯ବର୍ଷରେ କ୍ଷମତାର ଅପବ୍ୟବହାର କରାଯାଇ ଏସସି/ଏସଟି ଜମିକୁ ସାଧାରଣଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଘଟଣା ପଛର ଖଳନାୟକଙ୍କୁ ଖୁଲାସା କରାଯାଉ । ସେହିପରି ଗତ କିଛିଦିନ ତଳେ ସର୍ବ ସମ୍ମୁଖରେ ନିର୍ବାଚିତ କାଉନସିଲକୁ ଭାଙ୍ଗିଦେବାକୁ ନରସିଂହ ଧମକ ଦେଇଥିଲେ ।

ଏପରିକି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଓ ମହିଳା କାଉନସିଲରଙ୍କୁ ନରସିଂହଙ୍କ ଗୁଣ୍ଡାମାନେ ଦୁର୍ବ୍ୟବହାର କରିଥିଲେ । ଏହାର ଉଚିତ ତଦନ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ଜରିଆରେ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । 
      ସ୍ଥାନୀୟ କୋସଳକଳାମଣ୍ଡଳ ପଡିଆଠାରୁ ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି ଓ ବିଜୁମହିଳା ଜନତାଦଳର ଜିଲ୍ଲା ସଭାନେତ୍ରୀ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷା ଦମୟନ୍ତି ବାଘଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ବିକ୍ଷୋଭରେ ଭଟଲି ବିଧାୟକ ତଥା ବଲାଙ୍ଗୀର ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ଯୋଗଦେଇ କଂଗ୍ରେସ ବିଧାୟକ ନରସିଂହଙ୍କୁ ଟାର୍ଗେଟ କରିଛନ୍ତି । ସୁଶାନ୍ତ ସିଂ କହିଛନ୍ତି ଯେ,ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନା ଯୋଗୁଁ ବସ୍ତିବାସିନ୍ଦା ଖୁସି ରହିଛନ୍ତି । ମହିଳାମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢୁଛି । କିନ୍ତୁ ବିରୋଧି ଏହାକୁ ସହ୍ୟ କରିପାରୁନାହାଁନ୍ତି । ଗତ କିଛିଦିନ ତଳେ ସମ୍ବଲପୁରରେ ବିରୋଧିଦଳର ନେତା ଜୟନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ବଲାଙ୍ଗୀର ସଂସ୍କୃତିଭବନ ଉଦଘାଟନ ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଜଣେ ମହିଳା କାଉନସିଲରଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏଥିରୁ ବିରୋଧି କଂଗ୍ରେସ ଓ ଭାଜପାର ଅସଲ ଚରିତ୍ର ପ୍ରକାଶ ପାଉଛି ବୋଲି ଶ୍ରୀ ସିଂ କହିଥିଲେ । ପୁରାଣ ଉପରେ ଯାଇ ସୁଶାନ୍ତ କହିଥିଲେ ଯେ,ସିତାଙ୍କୁ ଅପମାନିତ କରି ରାବଣର ଲଙ୍କା ଧ୍ୱଂସହେଲା,ଦ୍ରୋପଦିଙ୍କୁ ଅପମାନିତ କରି କୌରବବଂଶ ଧ୍ୱଂସ ହେଲା ।ଏବେ ଉଭୟ ବିଜେପି ଓ କଂଗ୍ରେସର ନେତା ମହିଳାଙ୍କୁ ଅପମାନିତ କରି ଧ୍ୱଂସ ହେବ ବୋଲି କହିଥିଲେ । ବଲାଙ୍ଗୀର ସମେତ ରାଜ୍ୟର ସବୁ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ କାମ କରାଉଛନ୍ତି । ଏଣୁ ନରସିଂହ ଏଥିରେ ବିଚଳିତ ହେଉଛନ୍ତି ବୋଲି ଶ୍ରୀ କହିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,ଅଶୋକ ମହାନ୍ତି,କୈଳାସ ମହାନ୍ତି,ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେର,ପ୍ରଦ୍ୟୁତ ମିଶ୍ର,ଭଗବାନ ବଗର୍ତ୍ତି,ପୂର୍ବତନ ପୌରାଧ୍ୟକ୍ଷ ପ୍ରଦୀପ ସାହୁ,ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା,ମହିଳା ବିଜେଡି ସଭାନେତ୍ରୀ ଦମୟନ୍ତି ବାଗ,ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୁଲାବ ବାଗ,କାଉନସିଲରଗଣ ଓ ଅନ୍ୟାନ୍ୟ ନେତୃତ୍ୱଗଣ ନରସିଂହଙ୍କ ବିରୁଦ୍ଧରେ ବର୍ଷିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରସିଂହ ବାଗ,ମହେନ୍ଦ୍ର ବାଘ,ଟୁନା ସ୍ୱାଇଁ,ବିଭୁତିଭୂଷଣ ମିଶ୍ର,ଛାତ୍ରବିଜେଡିର ଗୁଞ୍ଜ ଖାନ,ପ୍ରଦ୍ୟୁମ୍ନ ହୋତା ପ୍ରମୁଖ ନେତୃବୃନ୍ଦ ଏହି ଶୋଭାଯାତ୍ରାରେ ସାମିଲ ଥିଲେ । 


News Comment




Photo in News

Advertisment
Lastest News
ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   14-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର   14-Jul-2026
  ଜିଲ୍ଲା  
ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ   14-Jul-2026
  ଜିଲ୍ଲା  
ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   14-Jul-2026
  ଜିଲ୍ଲା  
ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   14-Jul-2026
  ଜିଲ୍ଲା  
ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   14-Jul-2026
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026
  ଜିଲ୍ଲା  
ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   13-Jul-2026

You Might Also Like