-+91-9937148622 |

prerana_bgr@rediffmail.com |

  Wednesday 11th March 2026 |

| | | |

R.N.I. Regd No. ODIODI/2010/46693

Breaking News

ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||      ଡୁଙ୍ଗୁରିପାଲି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ମହିଳା ଦିବସ ପାଳନ   (10-Mar-2026)       ||      *କମ୍ୟୁନିଟି ସେଣ୍ଟର କୋଠା ଉଦଘାଟନ କଲେ ସାଂସଦ ଙ୍କ ପ୍ରତିନିଧି*   (10-Mar-2026)       ||      ଓଡ଼ିଶା ସନାତନୀ କ୍ରିଏଟର ମଞ୍ଚ(OSCM)ର ପ୍ରଥମ ସମ୍ମିଳନୀ ସଫଳତାର ସହିତ ସମ୍ପନ୍ନ   (10-Mar-2026)       ||      ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ   (10-Mar-2026)       ||      ହଲଦିପାଲି ରେ ନକୁଳ ସହଦେଵ ମନ୍ଦିର ପ୍ରତିଷ୍ଠା ମହୋତ୍ସବ   (10-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି♦️ ପୋତ୍ତନୁର (କୋଏମ୍ବାଟୁର୍) ଠାରୁ ଧାନବାଦ୍‌କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର, ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଟ୍ରେନ୍    (10-Mar-2026)       ||      ଦକ୍ଷିଣ ଏସିୟା ଗୋଲ ଶଟ ବଳ ଆନ୍ତର୍ଜାତୀୟ ଚାମ୍ପିୟନସିପ ଖେଳିବା ପାଇଁ ଭାରତ ଦଳ ପାଇଁ ମନୋନୀତ   (10-Mar-2026)       ||      ଡୁମେରପିଟା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ   (10-Mar-2026)       ||      ଡୁମେରପିଟା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ   (10-Mar-2026)       ||      ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା   (10-Mar-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (09-Mar-2026)       ||      NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ    (09-Mar-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଆଇନଶୃଙ୍ଖଳା ବିଗୁଡୁଛି,ବଢୁଛି ଜନଅସନ୍ତୋଷ, ଶାନ୍ତିରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲେ ସ୍ୱେଚ୍ଛାସେବୀ ସଂଗଠନ

13-Feb-2023



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ସହର ତଥା ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି । ବିଚ ରାସ୍ତାରେ ଅପରାଧିମାନେ ଖଣ୍ଡା, ଭୁଜାଲିରେ ଆକ୍ରମଣ କରୁଛନ୍ତି । ଅନେକ ସ୍ଥାନରେ ଗୁଳି ଫୁଟୁଛି । ଫଳରେ ସହର ଅଶାନ୍ତ ହେବାରେ ଲାଗିଛି । ଗତ ଚାରିଦିନ ତଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରବାସରେ ପଶି ଜଣେ ନିଶାସକ୍ତ ଯୁବକ ଦୁଇଜଣ ଯୁବକଙ୍କ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିଲା । ଠିକ ସେହିପରି ଶାସ୍ତ୍ରୀନଗର ପଡାରେ ଜଣକ ଘରକୁ ପଶି ଦୁବୃତ୍ତମାନେ ସ୍ୱାମୀ, ସ୍ତ୍ରୀକୁ ଖଣ୍ଡାରେ ହାଣି ଲହୁଲୁହାଣ କରିଦେଲେ । ଦୁଇଦିନ ତଳେ ପୁଣି ରେଳ ଷ୍ଟେସନ ରାସ୍ତାରେ ଜଣେ ପାନଦୋକାନୀକୁ ଦିଦ୍ୱିପହରରେ ୭ଜଣ ମିଶି ଖଣ୍ଡାରେ ହାଣିଦେଲେ । ଏଭଳି ଘଟଣାକୁ ଦେଖିଲେ ବଲାଙ୍ଗୀରରେ ଆଉ ଆଇନଶାସନ ଥିବା ଭଳି ଜଣାପଡୁନାହିଁ । ତେଣୁ ଆଜି ପୋଲିସର ନିସ୍କ୍ରୀୟତା ବିରୁଦ୍ଧରେ ବଲାଙ୍ଗୀର ସହରର ସ୍ୱେଚ୍ଛାସେବୀ ସଂଗଠନମାନେ ମିଳିତ ଭାବରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ସ୍ଥାନୀୟ କୋସଳକଳାମଣ୍ଡଳ ପଡିଆଠାରୁ ସ୍ୱେଚ୍ଛାସେବୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ସହର ତଥା ଜିଲ୍ଲାରେ ଶାନ୍ତିରକ୍ଷା ପାଇଁ ପୋଲିସ ପଦକ୍ଷେପ ନେବାକୁ ଏସପି ନୀତିନ କୁସଲକରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ ଓ ସଂପାଦକ ଗୋବିନ୍ଦ ଶତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବଲାଙ୍ଗୀର ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁ, ବଲାଙ୍ଗୀର ଯୁବ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, କୋଶଲ ମୁକ୍ତି ମୋର୍ଚ୍ଚା ର ଜିଲ୍ଲା ସଭାପତି ବିକାଶ ସା, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ବିବେକା ପଟେଲ, ନାରୀଶକ୍ତି ଫାଉଣ୍ଡେସନର ନୂତନ ଦାସ, ମମତା ଜେନା, ସ୍ମାଇଲ ଫର ଅଲର ସଂଜୀବ ସାହୁ, ବିଜେଡି କାଉନସିଲର ତଥା ନଗର ସଭାପତି ଶମ୍ଭୁ ନାଗ, ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା, କଂଗ୍ରେସ ଦଳର ଅଜୟ ବାଲି, ନାଶିର ଖାନ, ଅମିତ ନାୟକ, ଗୋସୁରକ୍ଷା କମିଟିର କାହ୍ନା ଶତପଥି, ସ୍ୱାଭିମାନ ପରିବାର,ପଶ୍ଚିମ ଓଡିଶା ଯୁବା ମଞ୍ଚ, ଯୁବା ପ୍ରତାପୀ ସେନା, କୋସଲମୁକ୍ତି ମୋର୍ଚ୍ଚା, ଅଟୋଚାଳକ ସଂଘ, ଶ୍ରମିକସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହି ଅବସରରେ ବଲାଙ୍ଗୀର ଏସପିଙ୍କୁ ୭ଦଫା ସମ୍ମିଳିିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଶାନ୍ତିଶୃଙ୍ଖଳା ରକ୍ଷା କରିବା, ଚୋରୀ,ଡକାୟତି, ରାହାଜାନୀ ରୋକ ଏକ ଅପରାଧମୁକ୍ତ ଜିଲ୍ଲା କରିବାବାକୁ ସ୍ୱତନ୍ତ୍ର ପେଟ୍ରୋଲିଂ ବ୍ୟବସ୍ଥା କରିବା, ନିଶାକାରବାରକୁ ରୋକିବା ଇତ୍ୟାଦି ଦାବି କରାଯାଇଛି ।
 

ଏସପିଙ୍କ ବ୍ୟବହାରକୁ ନେଇ ସ୍ୱେଚ୍ଛାସେବୀ ଅସନ୍ତୁଷ୍ଟ


ବଲାଙ୍ଗିର//ଆଜି ବଲାଙ୍ଗୀର ସହରର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସ୍ୱେଚ୍ଛାସେବୀମାନେ ଏକ ଶୋଭାଯାତ୍ରା କରି ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଦାବିପତ୍ର ଦେବାପୂର୍ବରୁ ଆଲୋଚନା ବେଳେ ସ୍ୱେଚ୍ଛାସେବୀଙ୍କ ସହିତ ଏସପି ଯେଭଳି ବ୍ୟବହାର କରୁଥିଲେ ତାହା ଗ୍ରହଣୀୟ ନୁହେଁ । ଆଲୋଚନା ଆରମ୍ଭରୁ ଏସପି ନୀତିନ କୁସଲକର ଆକ୍ରମଣାତ୍ମକ ହୋଇଥିଲେ । ପ୍ରଥମରୁ କହିବା ଆରମ୍ଭ କଲେ ପୋଲିସ ସବିକେସରେ ଅଭିଯୁକ୍ତକୁ ଧରୁଛି ଓ କୋର୍ଟ ଚାଲାଣ କରୁଛି । କୋର୍ଟରେ କଣ ହେବା ତାହା ପୋଲିସ ବୁଝିବ ନାହିଁ । ଅଭ୍ୟସଗତ ଅପରାଧିମାନେ ଜେଲରୁ ବାହାରି ପୁଣି ଅପରାଧ କରୁଛନ୍ତି ବୋଲି ସ୍ୱେଚ୍ଛାସେବୀମାନେ କହିଥିଲେ । ଏହା ସହିତ ନାରୀମାନଙ୍କ ସୁରକ୍ଷା ରହୁନାହିଁ । ଦିନବେଳା ବେକରୁ ଚେନ ଲୁଟ ହେଉଛି । ନିଶାଖୋରମାନେ ରାସ୍ତାରେ ଦୁର୍ବ୍ୟବହାର କରୁଛନ୍ତି  ବୋଲି ଅଭିଯୋଗ ତ ଉଠିଥିଲା । ସେଥିରେ ପୋଲିସ କଣ କରିବ ।

ପୋଲିସ ପାଖକୁ ଅଭିଯୋଗ ଆସିଲେ ଅଭିଯୁକ୍ତଙ୍କୁ ଧରି କେବଳ କୋର୍ଟ ଚାଲାଣ କରିବ । ଏହା ସହିତ ଶୋଭାଯାତ୍ରା କରିଥିବା କିଛି ସ୍ୱେଚ୍ଛାସେବୀ ନିଶା ବ୍ୟବସାୟୀଙ୍କୁ ଛଡାଇବା ପାଇଁ କହିଥିବା ଓ ଆଉ କିଛି ଯୁବକ ଟ୍ରକପୋଡିରେ ସାମିଲ ଥିବା କହି ଧମକାଇଲା ଭଲି ବ୍ୟବହାର କରିଥିଲେ । ଫଳରେ ପୋଲିସ ସହରରେ ଅଭିଯୁକ୍ତଙ୍କ ବଦଳରେ ସାଧାରଣ ଜନତାଙ୍କ ମୁହଁ ବନ୍ଦ କରିବାକୁ ଯୁବକମାନଙ୍କୁ ଧମକଦେଲା ଭଲି ବ୍ୟବହାର କରିଥିବା ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ବଲାଙ୍ଗୀର ଏସପି ଅନେକ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗଣମାଧ୍ୟମର ନଜରକୁ ଆସିଥିଲା । ଫଳରେ ଏସପି ଜଣେ ଜନତାଙ୍କ ସେବକ ହେବା ବଦଳରେ ନିଜକୁ ଶାସକ ଭାବୁଥିବା ଅଭିଯୋଗ ହେଉଛି । ରାଜ୍ୟ ଗୃହ ବିଭାଗ ତୁରନ୍ତ ଏନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   11-Mar-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   11-Mar-2026
  ଜିଲ୍ଲା  
ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   10-Mar-2026
  ଜିଲ୍ଲା  
*ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   10-Mar-2026
  ଜିଲ୍ଲା  
ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   10-Mar-2026
  ଜିଲ୍ଲା  
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    10-Mar-2026
  ଜିଲ୍ଲା  
୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   10-Mar-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   10-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ମହିଳା ଦିବସ ପାଳନ   10-Mar-2026
  ଜିଲ୍ଲା  
*କମ୍ୟୁନିଟି ସେଣ୍ଟର କୋଠା ଉଦଘାଟନ କଲେ ସାଂସଦ ଙ୍କ ପ୍ରତିନିଧି*   10-Mar-2026
  ଜିଲ୍ଲା  
ଓଡ଼ିଶା ସନାତନୀ କ୍ରିଏଟର ମଞ୍ଚ(OSCM)ର ପ୍ରଥମ ସମ୍ମିଳନୀ ସଫଳତାର ସହିତ ସମ୍ପନ୍ନ   10-Mar-2026
  ରାଜ୍ୟ  
ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ   10-Mar-2026

You Might Also Like