-+91-9937148622 |

prerana_bgr@rediffmail.com |

  Monday 27th April 2026 |

| | | |

R.N.I. Regd No. ODIODI/2010/46693

Breaking News

“ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||      ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   (27-Apr-2026)       ||      ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   (27-Apr-2026)       ||      ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   (26-Apr-2026)       ||      ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   (26-Apr-2026)       ||      ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||      ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   (26-Apr-2026)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ    (26-Apr-2026)       ||      *ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   (26-Apr-2026)       ||      *ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   (26-Apr-2026)       ||      କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ    (26-Apr-2026)       ||      ଜନ ଆକ୍ରୋଶ ମହିଳା ସମାବେଶ    (26-Apr-2026)       ||      *ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ*   (26-Apr-2026)       ||      ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   (26-Apr-2026)       ||      ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   (26-Apr-2026)       ||       ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    (26-Apr-2026)       ||      ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   (26-Apr-2026)       ||      ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ   (26-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ   (26-Apr-2026)       ||      କଟକରେ ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ : କ୍ଲଷ୍ଟର ଆଧାରିତ ପ୍ରାଣିପାଳନ ଉପରେ ଗୁରୁତ୍ବ    (25-Apr-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ ଗୁରୁ ବିଷ୍ଣୁ ପ୍ରସାଦ ପ୍ରଧାନ ଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହ ଉଦଘାଟିତ

12-Feb-2023



ସମ୍ବଲପୁର( ସଂଜୀବ ପାଣିଗ୍ରାହୀ)
ଓଡ଼ିଶା ରାଜ୍ୟରେ ପ୍ରାଥମିକ ଶିକ୍ଷକ ଫେଡେରେସନ ର ଅନ୍ୟତମ ପୁରୋଧା, ଛାତ୍ରୀ ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ, ବିଶିଷ୍ଟ ସଂଗଠନ କର୍ତ୍ତା ଗୁରୁ ସ୍ବର୍ଗତ ବିଷ୍ଣୁ ପ୍ରସାଦ ପ୍ରଧାନ ଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହ ଉଦଘାଟନୀ ଅବସରରେ ବରିଷ୍ଠ ପ୍ରଶାସକ, ବିଶିଷ୍ଟ ଶିକ୍ଷାବିତ, ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ଏବଂ ବହୁ ସଂଖ୍ୟାରେ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ବରପୁତ୍ରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ଏହା ସଙ୍ଗେ ସଙ୍ଗେ 72 ବର୍ଷ ପୁରାତନ ମୁଦିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ଓ ବିଦ୍ୟାଳୟର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି ଗତ ଫେବୃଆରୀ 10 ତାରିଖ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ପଦ୍ମ କେଶରୀ ପାର୍କ ପ୍ରାଙ୍ଗଣରେ ବିଷ୍ଣୁ ପ୍ରସାଦ ପ୍ରଧାନ ଜନ୍ମ ଶତ ବାର୍ଷିକୀ କମିଟି ଏବଂ ମୁଦିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ମିଳିତ ଆନୁକୂଲ୍ୟରେ ଜନ୍ମ ଶତ ବାର୍ଷିକୀ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି | ଏହି ସମାରୋହରେ ସମ୍ବଲପୁର ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ, ବର୍ଷୀୟାନ ଶିକ୍ଷାବିତ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ବର୍ଗତ ପ୍ରଧାନ ଙ୍କ ଜୀବନାଦର୍ଶ ର ସ୍ମୃତିଚାରଣ କରିବା ପୂର୍ବକ ତାଙ୍କର ତ୍ୟାଗ, ସଂଗଠନ ମନୋଭାବ, ଶିକ୍ଷାଦାନ ଅନୁରକ୍ତି, ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ ସହ ସଂଗଠନ ମାଧ୍ୟମରେ ଅଧିକାର ହାସଲ ସମ୍ପର୍କରେ ଆଲୋକପାତ କରିଥିଲେ |

ବିଷ୍ଣୁ ଆଜ୍ଞା ସଦା ସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ଉପରେ ଗୁରୁତ୍ୱ ଦେଉ ଥିବାରୁ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ କହିଥିଲେ | ଗୁରୁ ବିଷ୍ଣୁ ପ୍ରସାଦ ପ୍ରଧାନ ଜନ୍ମ ଶତ ବାର୍ଷିକୀ ଆୟୋଜନ କମିଟିର ଉପସଭାପତି ଶ୍ରୀଯୁକ୍ତ ବେଣୁ ମାଧବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ସଂଗଠନ ସମ୍ପାଦକ ସଂସ୍କୃତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ, ଉପସଭାପତି ଡାକ୍ତର ମହେନ୍ଦ୍ର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ଜନ୍ମ ଶତବାର୍ଷିକୀ କମିଟି ଏବଂ ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ଆଗାମୀ ଦିନରେ ବିଷ୍ଣୁ ଆଜ୍ଞାଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ, ତାଙ୍କ ନାମରେ ବିଦ୍ୟାଳୟର ନାମକରଣ, ସ୍ମରଣିକା ପ୍ରକାଶନ, ଶିକ୍ଷକ ଗୁରୁ ଗୌରବ ସମ୍ମାନ ସମାରୋହ ଆୟୋଜନ, ବର୍ଷବ୍ୟାପୀ ଏବଂ ରାଜ୍ୟବ୍ୟାପୀ ଜନ୍ମ ଶତ ବାର୍ଷିକୀ ପାଳନ ଏବଂ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ସେ ନିଜ ଉଦବୋଧନରେ କହିଥିଲେ |

ଏହି ଅବସରରେ ପୁରାତନ ଶିକ୍ଷକ ସହକର୍ମୀ ନିରଞ୍ଜନ ପ୍ରଧାନ, ସୀତାରାମ ଠାକୁର, ଚକ୍ରଧର ପାଣିଗ୍ରାହୀ, ସନ୍ତୋଷ ନାଥ, ବାଞ୍ଛାନିଧି ବାଗ, ଯୋଗେଶ ଚନ୍ଦ୍ର ଦାଶ, ଯୋଗେଶ ଧର, ଡିଲେଶ୍ୱର ସରାଫ, ସଚ୍ଚିଦାନନ୍ଦ ରାୟ, ରାମାଶିଷ ସାହୁ, ମହମ୍ମଦ ରସୁଲ, ବୀରବର ବିଶ୍ୱାଳ, ବଳରାମ ପଣ୍ଡା, ଚଞ୍ଚଳ ମିଶ୍ର, ଜାନକୀ ପଣ୍ଡା, ତପସ୍ୱିନୀ ପାଣିଗ୍ରାହୀ, ପଦ୍ମିନୀ ନାୟକ, ହରିପ୍ରିୟା ବହିଦାର, ଇନ୍ଦୁମତୀ ପଟେଲ, ସୁକାନ୍ତି ପ୍ରଧାନ, ବାଣୀ ରାୟ, ବନ୍ଦନା ମହାନ୍ତି, ତିଲୋତ୍ତମା ଶତପଥି, ସୁଧାମୟୀ ପାଣିଗ୍ରାହୀ ପ୍ରମୁଖ 25 ଜଣ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରା ଯାଇଥିଲା |ବରପୁତ୍ରଙ୍କ ପୂର୍ବତନ ଛାତ୍ରୀ ସୁଶ୍ରୀ ସୁଜାତା ଗୌନ୍ତିଆ, ଛାତ୍ର ଶ୍ରୀଯୁକ୍ତ ଅଶୋକ ପ୍ରଧାନ, ପୂର୍ବତନ ସହକର୍ମୀ ବରଗଡ଼ର ଭଗବାନ ପ୍ରଧାନ, ବଉଦର ନେତ୍ରାନନ୍ଦ ପ୍ରଧାନ, ଚକ୍ରଧର ପାଣିଗ୍ରାହୀ, ଗୋଲକ ଚନ୍ଦ୍ର ପାଢ଼ୀ, ଭାଗିରଥ ପ୍ରଧାନ ପ୍ରମୁଖ ବିଷ୍ଣୁ ଆଜ୍ଞାଙ୍କ ସ୍ମୃତି ଚାରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
  କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଯୁକ୍ତ ରାମକୃଷ୍ଣ ନାୟକ ଙ୍କ ସଂଯୋଜନାରେ ମୁଦିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ କମିଟିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସୁଶାରୀ ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
“ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   27-Apr-2026
  ଜିଲ୍ଲା  
ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   27-Apr-2026
  ଜିଲ୍ଲା  
ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   27-Apr-2026
  ଜିଲ୍ଲା  
ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   26-Apr-2026
  ଜିଲ୍ଲା  
ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   26-Apr-2026
  ଜିଲ୍ଲା  
ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ   26-Apr-2026
  ଜିଲ୍ଲା  
ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   26-Apr-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ   26-Apr-2026
  ଜିଲ୍ଲା  
*ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   26-Apr-2026
  ଜିଲ୍ଲା  
*ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   26-Apr-2026
  ଜିଲ୍ଲା  
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ   26-Apr-2026
  ଜିଲ୍ଲା  
ଜନ ଆକ୍ରୋଶ ମହିଳା ସମାବେଶ   26-Apr-2026

You Might Also Like