-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
10-Feb-2023
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) :ଟିଟିଲାଗଡରୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଏକ ବାଇକ୍ ଯୋଗେ ବଲାଙ୍ଗୀର ନିକଟସ୍ଥ ଖୁଜେନପାଲି ଗ୍ରାମକୁ ଦୁଇ ଶିଶୁ କନ୍ୟାଙ୍କ ସହ ସ୍ଵାମୀ, ସ୍ତ୍ରୀ ଚାରିଜଣ ସପରିବାର ମିଶି ଯାଉଥିଲେ । ବଲାଙ୍ଗିର ନିକଟସ୍ଥ ସିନଖମନ୍ ଛକ ପୋଲ ନିକଟରେ ବସ,ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଉକ୍ତ ମର୍ମନ୍ତୁଦ
ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା । ଗଣପତି ନାମକ
ଏକ ଘରୋଇ ବସ ଧକ୍କାରେ ଉକ୍ତ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆହତଙ୍କ ମଧ୍ୟରେ ଟିଟିଲାଗଡର କରିସ୍ମା ପଶାୟତ ଓ ତାଙ୍କ ସ୍ଵାମୀ ସରୋଜ ପଶାୟତ ଓ ସେମାନଙ୍କ ଜଣେ ତିନିବର୍ଷର ଓ ବର୍ଷକର ଝିଅ ରହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସରୋଜ ଙ୍କ ବଲାଙ୍ଗୀର ରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମାନଙ୍କ ବୁର୍ଲା ରେ ଶୋଚନୀୟ ମୃତ୍ୟୁ ଘଟିଛି।