-+91-9937148622 |

prerana_bgr@rediffmail.com |

  Thursday 23rd April 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   (23-Apr-2026)       ||      ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   (23-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା    (23-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା    (23-Apr-2026)       ||      ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   (23-Apr-2026)       ||      ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   (23-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (23-Apr-2026)       ||      ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ    (23-Apr-2026)       ||      ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ    (23-Apr-2026)       ||      *ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   (23-Apr-2026)       ||      ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   (23-Apr-2026)       ||      ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   (23-Apr-2026)       ||      *ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   (23-Apr-2026)       ||      ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   (23-Apr-2026)       ||      RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   (22-Apr-2026)       ||      ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା    (22-Apr-2026)       ||      ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ    (22-Apr-2026)       ||      .ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||      ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   (22-Apr-2026)       ||      *ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||     

HOME   ଜିଲ୍ଲା

ନିଘୋଡ଼ ନିଦରେ ଶୋଇଛନ୍ତି ପାଟଣାଗଡ଼ ଉପଖଣ୍ଡ ପୋଲିସ, ଭଜନ କୀର୍ତ୍ତନ କରି ଉଠାଉଛନ୍ତି ବିଜେପି କର୍ମୀ

07-Feb-2023



ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ): ଗତ କିଛି ଦିନ ହେଲା ପାଟଣାଗଡ଼ ଉପଖଣ୍ଡରେ ଚୋରି, ଡକାୟତି, ହିଂସା, ହତ୍ୟା, ବେଆଇନ କାରବାର ବଢ଼ି ଚାଲୁଥିବା ବେଳେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି। ଏପଟେ ପୋଲିସ ପ୍ରଶାସନ ଛୋଟ ଛୋଟିଆ ଅପରାଧୀଙ୍କୁ ଗିରଫ କରି ନିଜର କର୍ତ୍ତବ୍ୟ ସାରିଦେଇ ନିଘୋଡ଼ ନିଦରେ ଶୋଇଛନ୍ତି । ପାଟଣାଗଡ଼ ଉପଖଣ୍ଡରେ ବହୁତ ଗୁଡ଼ିଏ ହତ୍ୟାକାଣ୍ଡ ଘଟଣା ଲୁଚି ରହିଯାଇଛି ଯାହାର ପର୍ଦ୍ଦାଫାଶ ହୋଇପାରିନାହିଁ। ଗତ ବର୍ଷ ଜୁନ ମାସ ୬ ତାରିଖ ଦିନ ପାଟଣାଗଡ଼ ବ୍ଳକରେ

କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା କରାଯାଇଥିବା ଘଟଣାର ଆଜି ୮ ମାସ ପୁରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ଶୂନ୍ୟ। କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡର ଅପରାଧୀ ମାନେ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ ପ୍ରଶାସନ ସେମାନଙ୍କ ପାଖକୁ ପହଞ୍ଚି ପାରୁନଥିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ । ପୋଲିସ କାହା ଚାପରେ ରହି କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟାକାଣ୍ଡର ତଦନ୍ତ ନକରିବା ଏହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଭଳି ବେଲପଡା ଥାନା ବେଲପଡା ଗାଆଁର ପୁରୁଣା ବନ୍ଧ ଠାରେ ଗତ କିଛି ଦିନ ତଳେ ଖଲିପଥର ଗାଁ ର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ତାହା କିଏ ମାରିଥିଲେ ନାଁ ଅନ୍ୟ କୌଣସି କାରଣରୁ ମୃତ୍ୟୁବରଣ କରିଥିଲା ତାର ମଧ୍ୟ ଠେର ପାଉନି ପୋଲିସ। ଏବେ କିଛିଦିନ ତଳେ ପାଟଣାଗଡ଼ ସହରର ମଧ୍ୟସ୍ଥରେ ଥିବା ସୁନା କଳସ ଦୋକାନରୁ ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ଲୁଟ କରିଥିବା ବେଳେ  କେତେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି କିନ୍ତୁ ସେଥିରେ ସମ୍ପୃକ୍ତ ଥିବା ଆଉ କେତେ ଜଣ ବ୍ୟକ୍ତିଙ୍କ ପାଖରେ ପୋଲିସ ପହଞ୍ଚି ପାରୁନାହିଁ ବୋଲି ଜନସାଧାରଣରେ ଚର୍ଚ୍ଚା ହୁଏ। ଏବେ ଏବେ ରାମପୁର ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ସାଢେ଼ ତିନି ଲକ୍ଷ ଟଙ୍କା ବିଚ୍ ରାସ୍ତା ଉପରେ ଲୁଟ୍  କରି ଫେରାର ମାରିଥିଲେ। ଏମିତି ଅନେକ ଅପରାଧିକ କାର୍ଯ୍ୟକଳାପ ବଢି ଚାଲିଛି ଯେ ରୋକିବା ପାଇଁ ଚେଷ୍ଟା କରୁନାହିଁ ପୋଲିସ ପ୍ରଶାସନ। ଏଭଳି ପରିସ୍ଥିତି ‌ଦେଖି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ବରେ ଗତକାଲି ସକାଳ ୧୦ ଟାରୁ  ଆଜି ପର୍ଯ୍ୟନ୍ତ ଶହ ଶହ ବିଜେପି କର୍ମୀ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଗତକାଲି ଅପରାହ୍ନ ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା  ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଙ୍କୁ ବୁଝାଇବା ସହ ଛାଇରେ ରହିବାକୁ ଅନୁରୋଧ କରିଥିଲେ ସୁଦ୍ଧା ପୂର୍ବତନ ମନ୍ତ୍ରୀ ଏକଜିଦ୍ ରେ ରହି ଧାରଣା ରେ ବସିଥିଲେ। ଯେପର୍ଯ୍ୟନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଆଲୋଚନା କରି ଅପରାଧିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରତିଶ୍ରୁତି ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଧାରଣା ବସିବେ ବୋଲି ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ। ଗତକାଲି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଦେଇ ସନ୍ଧ୍ୟା ସମୟରେ ମୃଦଙ୍ଗ,ଗିନି ଧରି ପୋଲିସ ସାମ୍ମାନାରେ କିର୍ତନ କରି ସମୟ ଅତିବାହିତ କରିଥିଲେ।ଏହା ଦେଖି ବୁଦ୍ଧିଜୀବୀ ମାନେ କହିଥିଲେ ଯେ ନିଘୋଡ଼ ନିଦରେ ଶୋଇଛନ୍ତି ପାଟଣାଗଡ଼ ଉପଖଣ୍ଡ ପୋଲିସ ଭଜନ କୀର୍ତ୍ତନ କରି ଉଠାଉଛନ୍ତି ବିଜେପି କର୍ମୀ । ଆଜି ପୁଣି କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଶହ ଶହ ମାତ୍ରାରେ ବିଜେପି

କର୍ମୀ ଏକତ୍ରିତ ପୁଣି ଆନ୍ଦୋଳନ ରେ ବସିଥିବା ବେଳେ ଅପରାହ୍ନ ୨ ଟା ବେଳକୁ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁମାର କୁଶଳର ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ, ପାଟଣାଗଡ଼,ଲାଠୋର, ଲରମ୍ଭା ଥାନା ରେ ଯେଉଁ ମକଦ୍ଦମା ଗୁଡ଼ିକ ପଡ଼ିରହିଛି ସେସବୁକୁ ପୁନଃ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣ ରୁ ଉଠିଥିଲେ କନକ ବର୍ଦ୍ଧନ ସିଂହଦେଓ ଓ ବିଜେପି କର୍ମୀ।


News Comment




Photo in News

Advertisment
Lastest News
  ରାଜନୀତି  
ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   23-Apr-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   23-Apr-2026
  ଜିଲ୍ଲା  
ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା   23-Apr-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା   23-Apr-2026
  ଜିଲ୍ଲା  
ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   23-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   23-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    23-Apr-2026
  ଜିଲ୍ଲା  
ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ   23-Apr-2026
  ଜିଲ୍ଲା  
ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ   23-Apr-2026
  ଜିଲ୍ଲା  
*ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   23-Apr-2026
  ଜିଲ୍ଲା  
ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   23-Apr-2026
  ଜିଲ୍ଲା  
ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   23-Apr-2026

You Might Also Like