-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Dec-2020
(ପ୍ରେରଣା ଖବର) କିଶୋରନଗର: ଅନୁଗୋଳ ଜିଲ୍ଲାର କିଶୋରନଗର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ସୁଷବ ପୋଲ ନିକଟରେ ଶନିବାର ସକାଳେ ଏକ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବାମୁର ପଞ୍ଚାୟତର ଫାସିପାଳ ଗ୍ରାମର ଶେଷଦେବ ମାଝୀ(୩୬)। ପୁଲିସ୍ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶେଷଦେବ ଆଜି ସକାଳେ ନିଜ ବାଇକ୍ ଯୋଗେ ନାକଚି ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାର ଶିକାର ହୋଇଥିଲେ। ଫଳରେ ସେ ଗୁରୁତର ଅବସ୍ଥାରେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହଣ୍ଡପା ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।