-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାରେ ମାତିଛନ୍ତି ଠକ ସମାଜସେବୀ  : ଗୋଇନ୍ଦାପୁଲିସ୍ ସତର୍କ ହେବାକୁ ଦାବି 

01-Feb-2023



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ )  ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ସେଠ୍ ଓ ସର୍ଦ୍ଦାରଙ୍କ ଠାରୁ ମୋଟାଅଙ୍କର ବଇନା ନେଇ ହଜାର ହଜାର ଶ୍ରମିକ ସପରିବାର ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା , ତାମିଲନାଡୁ , କର୍ଣ୍ଣାଟକ ଓ ରାଜ୍ୟବାହାରକୁ ତଥା ରାଜ୍ୟ ଭିତରେ ଅନ୍ୟାନ୍ୟ ଜିଲ୍ଲାକୁ ଇଟାଭାଟିରେ କାମ କରିବାକୁ ଦାଦନଶ୍ରମିକ ଭାବରେ ଯିବାପରେ ଏବେ ଆରମ୍ଭ ହୋଇଛି ସେଠାରୁ ଖସି ଆସିବାର ଯୋଜନା ।  କଳେ ବଳେ କୌଶଳରେ ଗୋଟିଏ ଦଳର ଜଣେ ଦି'ଜଣ ବାହାରର ଇଟାଭାଟିରୁ ଲୁଚି ପଳାଇଆସିବା ପରେ ଏଠାରେ କେତେକ ପେଶାଦାର ଉଦ୍ଧାରକାରୀ ପାଲଟିଥିବା ଠକ ସମାଜସେବୀଙ୍କ ଜରିଆରେ ପୁଲିସ୍ , ପ୍ରଶାସନ ଓ ଶ୍ରମବିଭାଗରେ ମିଛନିର୍ଯାତନା କାହାଣୀ ଫାନ୍ଦି ଇଟାଭାଟିରେ ଅଟକଥିବା ପରିବାରବର୍ଗ ବା ସାଥୀଶ୍ରମିକମାନଙ୍କୁ ମୁକୁଳାଇବାର ନାଟକ କରୁଛନ୍ତି ।  ଏଥିରେ ଏହି ତଥାକଥିତ ନକଲିସମାଜସେବୀମାନେ ସେମାନଙ୍କଠାରୁ ଲକ୍ଷାଧିକଟଙ୍କା ନେଇ ସହାୟତା କରୁଥିବା ସମ୍ପର୍କୀୟ ଚାଞ୍ଚଲ୍ୟକର ତଥ୍ୟ ଜଣାପଡିଛି । ଗତ କିଛିବର୍ଷ ହେଲା ଏପରି ଜାଲିଆତି କାରବାରରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଦାଦନଉଦ୍ଧାର ମାମଲା ଋଜୁ ହୋଇ ଅନେକ ସେଠ୍ ଓ ସର୍ଦ୍ଦାରମାନେ ଏପରି ମିଥ୍ୟା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ , ଏହି ତଥାକଥିତ ସମାଜସେବୀମାନେ ନିଜକୁ କୌଣସି ସଂଗଠନର କର୍ମକର୍ତ୍ତା , ମାନବାଧିକାର କର୍ମୀ , ଡକ୍ଟର ଉପାଧୀଧାରୀ ଇତ୍ୟାଦି କହି ବଇନାହଡପକାରୀ ଦାଦନଶ୍ରମିକଙ୍କର ତ୍ରାଣକର୍ତ୍ତା ମସିହା ବନିଛନ୍ତି  ! ବର୍ଷ ବର୍ଷ ଧରି ଏବେ ଏହା ଏକପ୍ରକାର ନିୟମିତ ଧନ୍ଦାରେ ପରିଣତ ହେଲାଣି । ଏହି ଉଦ୍ଧାରକର୍ତ୍ତା ନକଲି ସମାଜସେବୀଙ୍କ ସହ କେତେକ ଅସାଧୁ ପୁଲିସ୍ ଅଧିକାରୀ ,ଶ୍ରମଅଧିକାରୀ ଓ ସାମ୍ବାଦିକ ମଧ୍ୟ ସାମିଲ୍ ରହୁଥିବା  ଜଣାଯାଇଛି । ଏମାନେ ମିଳିତଭାବେ ସରକାରଙ୍କର ଦାଦନଶ୍ରମିକ ଉଦ୍ଧାର ମିଶନର ଅନୁଚିତ ଫାଇଦା ନେଇ ଲକ୍ଷ ଲକ୍ଷ ଟଙ୍କା ଫାଇଦା ମାରିନେଉଛନ୍ତି । ଆଗ ଅପେକ୍ଷା ଏବେ ଦାଦନଶ୍ରମିକମାନେ ବହୁତ ଚାଲାକ୍ ହେଇଗଲେଣି । ସେମାନେ ଯୋଜନାବଦ୍ଧ ଭାବେ କୌଣସି ସେଠ୍ ବା ସର୍ଦ୍ଦାରମାନଙ୍କଠାରୁ ଇଟାଭାଟିରେ କାମକରିଯିବାକୁ ବାହାରି ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ନେଇଥା'ନ୍ତି ।  ସେହିଦଳର ଜଣେ ଦି'ଜଣ ଘରକୁ ଟଙ୍କା ରଖିବାକୁ ଆସି ଏହି ତଥାକଥିତ ସମାଜସେବୀ ବା ସାମ୍ବାଦିକଙ୍କ ଜରିଆରେ ଥାନାପୁଲିସ୍ ରେ ଅଭିଯୋଗ କରି ସର୍ଦ୍ଦାର ପାଖରେ ଦିନେଅଧେ ରହିଥିବା

ବାକିମାନଙ୍କୁ ଛଡାଇ ଆଣନ୍ତି । ଅଥବା ବାଟରେ ନିଜକୁ ଧରାଇ ଦିଅନ୍ତି । ଏବଂ ଯଦି ସେହି ଶ୍ରମିକଙ୍କୁ ଇଟାଭାଟିକି ପହଞ୍ଚାଇ ଦିଆଯାଏ , କିଛିଦିନ ପରେ ସେଠାରେ ନିର୍ଯ୍ଯାତନା ଅଭିଯୋଗ କରାଯାଇ ଉଦ୍ଧାରର ନାଟକ କରାଯାଇଥାଏ । ଫଳରେ ସେଠ୍ ଓ ସର୍ଦ୍ଦାରମାନଙ୍କର ଲକ୍ଷ ଲକ୍ଷ ବଇନାଟଙ୍କା ସେମାନେ ହଡପ କରନ୍ତି ଓ  ଏହି ତଥାକଥିତ ସମାଜସେବୀମାନଙ୍କୁ ଭାଗ ଦେଇଥାନ୍ତି । ଏଭଳି ପେଶାଦାର ଠକ ଉଦ୍ଧାରକାରୀମାନଙ୍କର ଗାଁ ଗାଁ ରେ ଏଜେଣ୍ଟମାନେ ରହିଥାନ୍ତି ଓ  ଏହି ଉଦ୍ଧାରକର୍ତ୍ତାମାନଙ୍କର ବିଭିନ୍ନ ଥାନାପୁଲିସ୍ ସହ ଯୋଗାଯୋଗ ରହିଥାଏ । ବିଶେଷକରି ପାଟଣାଗଡ , ବେଲପଡା ଓ କଣ୍ଟାବାଞ୍ଜି ଅଞ୍ଚଳରେ ଏ ଧରଣର ଠକେଇ କାରବାର ଚାଲିଆସୁଛି । ବେଲପଡା ଥାନା ଅନ୍ତର୍ଗତ ଖଲିପଥର ଗାଁର କେତେକ ଅଭ୍ୟାସଗତ ବଇନାହଡପକାରୀ ଠକଶ୍ରମିକ ଏହି କାରଣରୁ କିଛିଦିନ ହେଲା ଏଭଳି ତଥାକଥିତ ଉଦ୍ଧାରହେଲା ପରେ ସର୍ଦ୍ଦାରର ଟଙ୍କା ଅସୁଲି ଭୟରେ ଗାଁ ଘରକୁ ନଯାଇ ଜଙ୍ଗଲରେ ଲୁଚିରହିଥିବା ପ୍ରକାଶ ପାଇଥିଲା । ତେବେ  ଏହାକୁ ସେଠ୍ ଓ ସର୍ଦ୍ଦାରମାନଙ୍କ ବିରୋଧରେ ନିର୍ଯାତନାର କାହାଣୀ ବୋଲି ଅତିରଞ୍ଜିତ ଭାବରେ ଜନମାନସକୁ ବିଭ୍ରାନ୍ତିକର ଖବର ପ୍ରକାଶ ପାଇଥିଲାବେଳେ , ଏହା ପଛର ପ୍ରକୃତ ସତ୍ୟ ଭିନ୍ନପ୍ରକାରର ଥିଲା ।

ସଂପ୍ରତି ତୁରେକେଲା ଓ କଣ୍ଟାବାଞ୍ଜି ଅଞ୍ଚଳରେ ଏପରି ଏକ ଠକେଇର ଯୋଜନା ଆରମ୍ଭ ହୋଇଥିବାର ସୂଚନା ମିଳିଛି । ଏଣୁ ଏଭଳି ମିଛ ଦାଦନଶ୍ରମିକ ଉଦ୍ଧାର ଓ ସମାଜସେବୀଙ୍କ କାର୍ଯ୍ୟକଳାପ ପ୍ରତି ଜିଲ୍ଲାର ଗୋଇନ୍ଦାପୁଲିସ୍ ର ସତର୍କ ଦୃଷ୍ଟି ପଡୁ ବୋଲି ବୁଦ୍ଧିଜିବୀ ମହଲରୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like