-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
01-Feb-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ଅନ୍ତର୍ଗତ ରୁଗୁଡ଼ିଖାଲ ରାମ ମନ୍ଦିର ମାନସବିହାର ଠାରେ ମାନସ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ୩ ଦିନ ଧରି ରାବଣ ଦରବାର ଅନୁଷ୍ଠିତ ହୋଇଥିଲା l ଏହାସହ ଭଜନ କୀର୍ତନ ଓ ମିନାବଜାର ଲାଗି ରହିଥିଲା l ଏଠି ଅନେକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା l ଏହି ଦରବାରକୁ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,
ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିରୋଧୀ ଦଳ ନେତା ଓ ବର୍ତମାନ ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଆକାଶ ମିଶ୍ର, ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ନିହାଲ ସିଂ, ମନମୋହନ ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷl ଦେବକୀ ସାହୁ, ବୀଣାପାଣି ଦାସ, ଜୟନ୍ତୀ ପଟେଲ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ସଭା ପରିଚାଳନା କରିଥିଲେ ଶ୍ରୀ ସାମନ୍ତ ନାଏକ ଓ ଜୋତିରଞ୍ଜନ ସାହୁ l ରାବଣ ଭୂମିକାରେ ରବୀନ୍ଦ୍ର ସାହୁ ଏବଂ ତାଙ୍କରି ଦଳ ପରିବେଷଣ କରିଥିଲେ l ଯଜ୍ଞ ପରିଚାଳନା କମିଟିର ସ୍ଥାୟୀ ସଭାପତି ଶ୍ରୀ ବଳଦେବ ଭୋଇ, ମହାଦେବ
ପଧାନ, ସମ୍ପାଦକ ମଧୁସୂଦନ ପଧାନ, ସହ ସମ୍ପାଦକ ବେଦପତି ପଧାନ, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ସାହୁ, କୋଷାଧ୍ୟକ୍ଷ କିଶୋର ଦର୍ଜୀ, ମୁଖ୍ୟ ଯଜ୍ଞକର୍ତ୍ତା ରଘୁନାଥ ନନ୍ଦ, ହନୁମାନ ମନ୍ଦିର କର୍ତ୍ତା ଭାବରେ ଶ୍ରୀ ଶେଷଦେବ ପଧାନ, ରାମ ମନ୍ଦିର କର୍ତ୍ତା ଭାବେ ପଦ୍ମଲୋଚନ ପଟ୍ଟନାୟକ ସହ ଉକ୍ତ ଯଜ୍ଞ କାର୍ଯ୍ୟକ୍ରମରେ ଅନେକ ଲୋକଙ୍କ ସହଯୋଗ ରହିଥିଲା l