-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Feb-2023
ତୁଷୁରା(ପଞ୍ଚାନନ ନାଏକ) - ତୁଷୁରା ସହର ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ତିନି ଦିନ ଧରି ଚାଳିଥିବା ଦ୍ଵୀତିୟବର୍ଷ ତୋଷାଳୀ ମହୋତ୍ସବ ୨୦୨୨-୨୩ ଉଦଯାପିତ ହୋଇଯାଇଛି । ଉଦଯାପନୀ ସଭାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ସମ୍ମାନୀତ ଅତିଥି ଭାବେ ଯୋଗ
ଦେଇଥିଲେ। ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ଯ ବକ୍ତା ଭାବେ ଯୋଗଦେଇଥିଲେ। ଲୋକଗୀତ, ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ, ନଟରାଜ ସଙ୍ଗୀତ ବିଦ୍ୟାଳୟର କଳାକାର ମାନଙ୍କ ଦ୍ବାରା
ଲୋକକଳା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହୋତ୍ସବ ଉପଦେଷ୍ଟା କମିଟି ସଭାପତି ସୁରେଶ ସାହୁ, ମହୋତ୍ସବ କମିଟି ସଭାପତି ବ୍ରାହ୍ମାନନ୍ଦ ପାଣ୍ଡିଆ, ଉପସଭାପତି - ଦେବବ୍ରତ ପାଣିଗ୍ରାହୀ,ଉପସଭାପତି ରାଧାରମଣ ସରାଫ, ସଂପାଦକ ଜିତେନ୍ଦ୍ର ମହାପାତ୍ର, ସହ ସଂପାଦକ ଅରବିନ୍ଦ କେଡିଆ ଓ କୋଷାଧ୍ୟକ୍ଷ ରୋହିତ କେଡିଆ, ୟୁଥ ଏକ୍ସନ କମିଟି ସଭାପତି ଲିସନ ପ୍ରଧାନ ଆଦି ଉପସ୍ଥିତ ରହିଥିଲେ।