-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2023
ବଲାଙ୍ଗୀର(ପ୍ରେରଣା ଖବର) - ବଲାଙ୍ଗୀର ମାଟିକୁ ଭଲପାଉଥିବା ମଣିଷଟିଏ । ରାଜନୀତି ହେଉ କି କ୍ରୀଡା । ସାମ୍ବାଦିକ ହୁଅନ୍ତୁ କି ବୁଦ୍ଧିଜୀବୀ । ବଡବଡ ରାଜନେତାଙ୍କର ବି ବିଶ୍ବାସଭାଜନ ହୋଇଥିଲେ। ବହୁ କ୍ଷେତ୍ରରେ ଥିଲା ତାଙ୍କର ରୁଚି। ଚଲତା ଫିରତା ଗୁଗୁଲ ଥିଲେ। ବଲାଙ୍ଗୀର କ୍ରିକେଟ ଜଗତକୁ ବେଶ ଆଗକୁ ନେଇପାରିଥିଲେ ସ୍ୱର୍ଗତ ସୁମନ୍ତ ଭୋଇ । ଆଜି ତାଙ୍କ ପରଲୋକର ବର୍ଷପୂର୍ତ୍ତି ଅବସରରେ ଅନୁଷ୍ଠିତ ଭଜନ ସଂଧ୍ୟାର ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ସ୍ମୃତିଚାରଣ କରି ମତପ୍ରକାଶ କରିଛନ୍ତି ।
ବଲାଙ୍ଗୀର ରୁଗୁଡିପଡା ସେରସୁଆଁଗୁଡିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରିଡା ସଂସଦର ହରିନାରାୟଣ ପୂଝାରୀ, ଡ.ବେଣୁଧର ପାଣ୍ଡେ, ସମ୍ବାଦର ବାର୍ତ୍ତା ସଂପାଦକ ଅରିବିନ୍ଦ ଦାସଙ୍କ ସମେତ ସେରସୁଆଁଗୁଡିର ସଦସ୍ୟମାନେ ସ୍ୱର୍ଗତ ଭୋଇଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ପୂଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ରସରାଜ ଅଚ୍ୟୁତ ପୁରୋହିତଙ୍କ ସଂଯୋଜନାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଭୋଇଙ୍କ ଅନୁରାଗୀ ପ୍ରଦୀପ ମହାନ୍ତି(ମିଟୁଆ), ପୃଥ୍ୱୀରାଜ ମିଶ୍ର, ଶିବାନନ୍ଦ ଦାସ, ପ୍ରିୟରଂଜନ ବହିଦାର, ମଧୁସୁଦନ ନାୟକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ ମେହେଟ୍ଟା, ରଘୁନନ୍ଦନ ସିଂହ, ଶେଖର ପଣ୍ଡା,ପ୍ରଭାତ ସାହୁ, ରତନ ମହାରଣା, ଧର୍ମେନ୍ଦ୍ର ନନ୍ଦ, ଅରୁଣ ମିଶ୍ର ପ୍ରମୁଖ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ସୁମନ୍ତଙ୍କ ସ୍ମୃତିରେ ଜୁନ ମାସରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜନ କରାଯିବ ଏବଂ ପରେ ଏକ କୋଚିଂ କ୍ୟାମ୍ପ କରାଯିବ ବୋଲି ହରିନାରାୟଣ ପୂଜାରୀ ଘୋଷଣା କରିଥିଲେ। ଡ.ପାଣ୍ଡେ ସ୍ୱର୍ଗତ ସୁମନ୍ତଙ୍କ ସ୍ମୃତିରେ ଏକ କବିତା ପାଠ କରିବା ସହ ଭଜନ ପରିବେଷଣ କରିଥିଲେ । ଅନ୍ୟ ବ୍ୟକ୍ତିବିଶେଷ ମଧ୍ୟ ସ୍ମୃତିଚାରଣ କରି ସ୍ୱର୍ଗତ ସୁମନ୍ତ ସବୁ ବର୍ଗର ଲୋକଙ୍କୁ ଆପଣାର କରିପାରିଥିଲେ ବୋଲି କହିଥିଲେ । ସ୍ମୃତିଚାରଣ ସଭା ପରେ ଭଜନ କାର୍ଯ୍ୟକ୍ରମ ହୋଇଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ସୁଶୀଲ ମହାଲିଙ୍ଗ, ବ୍ୟାସଦେବ ପୁରୋହିତ, ଦେବାନନ୍ଦ ଦାଶ, ସୁଶାନ୍ତ କୁମାର ଭୋଇ, ରୁଚିସ୍ମିତା ଗୁରୁ ଭଜନ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର୍ତ୍ତତ୍ରାଣ ଯୋଶୀ, ବାବୁ ପୂଜାରୀ,କମ୍ପୁ ପାଣି ପୂଜାରୀ,ସୁନୀଲ ମିଶ୍ର,ବିଜନ ନାଇକ, ରଜନୀ ସେଠ୍ ,କ୍ଷୀରୋଦ ମିଶ୍ର,ସୁଧୀର ନନ୍ଦ , ରାହୁଲ ସେଠ୍ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।