ବାଲିଗୁଡl-ଜଣେ ମହିଳା ଏସଆଇଙ୍କୁ ନିର୍ଯାତନା ଦେଇ ଫେରାର ରହିଥିବା ଜଣେ ଏସଆଇ ଶୁକ୍ରବାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ବାଲିଗୁଡା ଅତିରିକ୍ତ ଜିଲା ଦୌରାଜଜ କୋର୍ଟରେ ହାଜର ହୋଇ ପରେ ଜେଲ ଯାଇଛନ୍ତି ଅତିରିକ୍ତ ଜିଲା ଦୌରାଜଜ୍ ଶୁଭଦର୍ଶି ପଟ୍ଟନାୟକ ଏସଆଇ ସିଲୁ ଧଳଙ୍କୁ ନିର୍ଯାତନା ମାମଲାରେ ଜେଲ ପଠାଇଛନ୍ତି।୨୦୨୦ ମସିହା ଅଗଷ୍ଟ ୧୬ ତାରିଖରେ ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଜଣେ ମହିଳା ଏସଆଇ ନିର୍ଯାତନା ଅଭିଯୋଗ କରି ଏସଆଇ ଧଳଙ୍କ ନାମରେ ଏକ ଏତଲା ଦାୟର କରିଥିଲେ। ଖଲିକୋଟ ଥାନାରେ କାର୍ଯ୍ୟରତ ଏସଆଇ ସିଲୁ ଧଳଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେହି ଦିନଠାରୁ ଏସଆଇ ସିଲୁ ଧଳ ଫେରାର ଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶକ୍ରମେ ଶୁକ୍ରବାର ବାଲିଗୁଡା ଅତିରିକ୍ତ ଜିଲା ଦୌରା କୋର୍ଟର ବିଚାରପତିଙ୍କ ପାଖରେ ଏସଆଇ ସିଲୁ ହାଜର ହୋଇଥିଲେ। ଏହି ମାମଲାର ବିଚାର ବିର୍ମଶ ପରେ ବିଚାରପତି ଏସଆଇ ଧଳଙ୍କୁ ବାଲିଗୁଡା ଉପଖଣ୍ଡ କାରାଗାରକୁ ପଠାଇ ଦେଇଥିବା ନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ସୁଧାଂଶୁ ମୋହନ ପତି। "/>
-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2020