-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରିୟ ଧାନ କିଣା ପ୍ରସ୍ତୁତି ବୈଠକ :  ଧାନ କୈଣ୍ଟାଲ ପିଛା ମୁଲ୍ୟ ୨୯୩୦ ଟଙ୍କା ପାଇଁ ନରସିଂହଙ୍କ ପ୍ରସ୍ତାବ ଧାନକିଣା ସେନ୍ଟର ମାନଙ୍କରେ ସିସିଟିଭି ଲାଗିଲେ କାର୍ଯ୍ୟରେ ହେବ ସ୍ୱଚ୍ଛତା

05-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚଳୀତ ଖରିଫ ରୁତୁ ପାଇଁ ଜିଲ୍ଲାସ୍ତରୀୟ ଧାନ କିଣା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିର ରୁ ଭୀଡିଓ କନ୍‌ଫରେନ୍ସିଙ୍ଗ ମାଧ୍ୟମରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ  ସନ୍ତୋଷ ସିଂ ସାଲୁଜା, ପାଟଣାଗଡ ବିଧାୟକ ସରୋଜ ମେହେର, ବଲାଙ୍ଗିର ସଂସଦ ପ୍ରତିନିଧି, ଲୋଇସିଂହା ରୁ ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗିର ଉପ ଜିଲ୍ଲାପାଳ, ଚାଷୀ ପ୍ରତିନିଧି ଡା ସୁଧିର ପରିଚ୍ଛା, ଜତି ପ୍ରଧାନ, ଜିଲ୍ଲା ଯୋଗାଣ ଅଧୀକାରୀ, ଜିଲ୍ଲା କୃଷି ଅଧୀକାରୀ, ପୋଲିସ ଅଧିକାରୀ, ସମବାୟ ବ୍ୟାଙ୍କ ଅଧୀକାରୀ ତଥା ଧାନ କିଣା ସମ୍ବନ୍ଧୀୟ ଅନ୍ୟାନ୍ୟ ଅଧୀକାରୀ ମାନେ ସାମିଲ ଥିଲେ । ବୈଠକ ଆରମ୍ଭରେ ଯୋଗାଣ ଅଧୀକାରି ବୈଠକ ବାବଦରେ ସୂଚନା ଦେବା ସହ ଏଜେଣ୍ଡା ମୁତାବକ କାର୍ଯ୍ୟକ୍ରମ ଅରମ୍ଭ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା ଖରିଫ ରୁତୁର ଧାନ ଅମଳ ବହୁତ ଭଲ ହୋଇଥୀବାରୁ ଧାନ କିଣା କୁ ମଧ୍ୟ ସୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ସମ୍ସତ ପ୍ରକାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଜେଣ୍ଡା ମୁତାବକ ଧାନର ମାନ ନିର୍ଦ୍ଧାରଣ କୁ ନେଇ  ଯୋଗାଣ ବିଭାଗ ପାଖରେ କଣ ବିତ୍ତିଭୂମି ରହିଛି ତାହା ଜାଣିବାକୁ ଚାହିଁ ଥିଲେ ବଲ।।ଙ୍ଗିର ବିଧାୟକ ନରସିଂହ । କେବଳ କୈଣ୍ଟାଲ ପିଛ ।୫ ରୁ ୧୦ କେଜି ଧାନ କାଟି ଦେଇ ଅଣ ଏଫଏକ୍ୟୁ ଧାନ କୁ ଏଫଏକ୍ୟୁ ରେ ପରିଣତ କରି ବା ଅତୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କ୍ଷୋଭ ର ସହିତ କହିଥିଲେ । ସରକାରି ନିତି ଅନୁସାରେ ସମସ୍ତ ପ୍ୟାକ୍ସ ତଥା ମାର୍କେଟିଂ ୟାର୍ଡ ମାନଙ୍କରେ ଧାନ ର ମାନ ନିର୍ଧାରଣ ପାଇଁ ମାନ ନିର୍ଧାରଣ ଯନ୍ତ୍ର ନିହାତି ଆବଶ୍ୟକ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ସରୋଜ ମେହେର. ବିଧାୟକ ମୁକେଶ ମହାଲିଙ୍ଗ ଙ୍କ ସହିତ ଚାଷୀ ପ୍ରତିନିଧି ମାନେ ନିଜର ମତ ରଖୀଥିଲେ ।  ଧାନ  କୈଣ୍ଟାଲ ପିଛା ୨୯୩୦ ଟଙ୍କା ରଖାଯିବା ନେଇ ପ୍ରସ୍ତାବ ବୈଠକରେ ସର୍ବ ସମ୍ମତି କ୍ରମେ ପାରିତ ହୋଇଥିଲା । ଏହାକୁ ନେଇ ବିଧାୟକ ଶ୍ରୀ ନରସିଂହ ମିଶ୍ର କହିିଥିଲେ ଯେ, ଧାନର ମୁଳ୍ୟ ନିର୍ଧାରଣ କେନ୍ଦ୍ର ସରକାରଙ୍କ ଅଧୀନରେ ତଥାପି ଅନେକ ରାଜ୍ୟ ଚାଷିଙ୍କ ଲାଭାର୍ଥେ ଅଧିକ ଟଙ୍କା ଦେଇ ଧାନ କିଣୁ ଛନ୍ତି । ତେଣୂ ଓଡିଶ । ସରକାର ମଧ୍ୟ ନିଜ ପ୍ରସ୍ତାବିତ ୨୯୩୦ ଟଙ୍କାରେ ଧାନ କିଣୁ ବୋଲି ପ୍ରସ୍ତାବ ରଖିଥିଲେ ।  ଆହୁରି ମଧ୍ୟ ବର୍ତ୍ତମାନ ଯଦି କୌଣସି ବି ସେଣ୍ଟରରେ ମାନ ନିର୍ଧାରଣ ପରେ ସର୍ବନିମ୍ନ ସହାୟକ ମୁଲ୍ୟରୁ ଧାନ କମ ଦରରେ କିଣା ଯାଏ ତେବେ ଜରୁରି ଓ ନିତ୍ୟ ବ୍ୟବହାର୍ଯ୍ୟ ଆଇନ ୧୯୫୫ ଅନୁସାରେ ଦାଇତ୍ୱରେ ଥିବା ଅଧିକାରୀ ଦଣ୍ଡିତ ହେବେ । ଏହାକୁ ଡାକବାଯି ଯନ୍ତ୍ର ମାଧ୍ୟମରେ ବିଭିନ୍ନ୍ ଅଂଚଳରେ ଚାଷୀମାନଙ୍କୁ ସଚେତନ କରିବାକୁ  କମିଟି ନିର୍ଦ୍ଦେଶ କରିଥିଲା । ଯେହେତୁ ବଲାଙ୍ଗିର ଜିଲ୍ଲା ରେ ଅନେକ କ୍ଷୁଦ୍ରଚାଷୀ ଷୋହଳ କିସମର ଧାନ ଅମଳ କରଥିାନ୍ତି ,ତେଣୁ ବଲାଙ୍ଗିର ଜିଲ୍ଲା ପାଇଁ ନଭେମ୍ବର ପରିବର୍ତ୍ତେ  ଅକ୍ଟୋବର ପ୍ରଥମ ସପ୍ତାହରେ ଧନ କିନା ଆରମ୍ଭ କରିବା ପଇଁ ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ନିଷ୍ପତ୍ତି ହୋଇଥିଲା । ଯେହେତୁ ଏ ବର୍ଷ ଅଣ ଜଳସେଚିତ ଅଂଚଳରେ ମଧ୍ୟ ଧାନ ଅମଳ ଭଲ ହୋଇଛି ତେଣୁ ଚାଷୀଙ୍କ ସମସ୍ତ ଧାନ ସରକାର କିଣି ନେଉ ବୋଲି ଶ୍ରୀ ମିଶ୍ର ପ୍ରସ୍ତାବ ରଖିଥିଲେ । ଏହାକୁ ସର୍ବସମ୍ମତି କ୍ରମେ ସମସ୍ତ ସଭ୍ୟ ଗ୍ରହଣ କରିବା ସହ ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଏ ପର୍ଯ୍ୟନ୍ତ ଧାନ କିଣିବା ପାଇଁ  ବିଭାଗ ପ୍ରସ୍ତୁତ ହୋଇ ପ।।ରିନଥିବା ଯୋଗୁଁ ବିଭିନ୍ନ ଅଂଚଳରେ ଦଲାଲ ତଥା ମିଲ ମାଲିକଙ୍କୁ ଧାନ ବିକି ଶୋଷଣ ର ଶିକାର ହୋଇଛନ୍ତି ବୋଲି ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଏବର୍ଷ ଖରିଫ ଧାନ କିଣା ଏ ମାସର   ୧୮ ତାରିଖରୁ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହେବା ସହ ଧାନକିଣା ଅଂଚଳକୁ ଚାଷି ବତତ ଅନ୍ୟ କେହି ଯେପରି ଯାଇ ନପାରିବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିବ ବୋଲି ଜିଲ୍ଲାପାଳ କହିଥିଲେ । ଗତ ବର୍ଷ ପରି ଏ ବର୍ଷ ମଧ୍ୟ  ମଣ୍ଡି ହେଣ୍ଡେଲିଂ ଦାଇତ୍ୱ ପ୍ୟାକ୍ସ ନିଜେ ନେବ ବୋଲ ବୈଠକରେ ନିଷ୍ପତ୍ତି ହୋଇଥିଲା । ଶେଷରେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ଜିଲ୍ଲା ଯୋଗାଣ ଅଧୀକାରି ସଭା ଶେଷ ଘୋଷଣା କରିଥିଲେ ।     


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like