-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ପ୍ରଥମ ମଙ୍ଗଳୁ ଚରଣ ବିଶ୍ୱାଳ ସ୍ମାରକୀ ବକ୍ତୃତାମାଳା

22-Jan-2023



ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
 ସମ୍ବଲପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଅନ୍ୟା’ ପକ୍ଷରୁ ଆଜି ସମ୍ବଲପୁର କଳାକେନ୍ଦ୍ର ସଭାକକ୍ଷଠାରେ ପ୍ରଥମ ମଙ୍ଗଳୁ ଚରଣ ବିଶ୍ୱାଳ ସ୍ମାରକୀ ବକ୍ତୃତାମାଳା ଆୟୋଜିତ ହୋଇ ଯାଇଛି। ପ୍ର. ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଫେସର କେଶରଂଜନ ପ୍ରଧାନ ମଙ୍ଗଳୁ ଚରଣ ବିଶ୍ୱାଳଙ୍କୁ ଏକ ମାନବବାଦୀ ସାହିତ୍ୟିକ ଭାବରେ ଅବିହିତ କରି ତାଙ୍କ ନାଟକରେ କିଭଳି ମାନବୀୟ ମୂଲ୍ୟବୋଧର ସାତ୍ତ୍ୱିକ ଦୃଷ୍ଟି ରହିଛି ସେ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ନାଟକର ଅନ୍ତଃସ୍ୱରକୁ ନିର୍ଦେଶକଙ୍କ ଋଚି ଅନୁସାରେ ଦିଗ ପରିବର୍ତ୍ତନ କରିପାରେ।‘ଭୁଖା’ ନାଟକର ଅନ୍ତଃସ୍ୱର ଏକମାତ୍ର ଲୋକ ସଂସ୍କୃତି ନୁହେଁ ତା ମଧ୍ୟରେ ନିଖୁଣ ଭାବରେ ସମାଜ ଚେତନା ଭରି ରହିଛି।ମଣିଷକୁ ଭଲପାଉଥିବା ସାହିତ୍ୟିକ ମଣିଷର କଥା କହେ ଏବଂ ସେଠାରେ ଜାତିବାଦ ଭଳି ପ୍ରସଙ୍ଗ ଗୁରୁତ୍ତ୍ବପୂର୍ଣ୍ଣ ହୋଇ ରହେନାହିଁ ବୋଲି ସେ ବିଭିନ୍ନ ଦୃଷ୍ଟାନ୍ତ ଉଦ୍ଧାର କରି ମତବ୍ୟକ୍ତ କରିଥିଲେ। ଉଭୟ ଓଡିଆ ଓ ସମ୍ବଲପୁରୀ ସାହିତ୍ୟରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିଥିବା ସତ୍ତ୍ୱେ ଉଭୟ ସାହିତ୍ୟ ଜଗତରେ ସେ ଯେଭଳି ସମ୍ମାନ ପାଇବା କଥା ସେଥିରୁ ସେ ବଂଚିତ ବୋଲି ମତ ପ୍ରକାଶ କରିଥିଲେ।ସଭାରେ ମଙ୍ଗଳୁ ଚରଣ ସାହିତ୍ୟ ଗବେଷକ ଡ. ଗୌରିଦାସ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମଙ୍ଗଳୁ ଚରଣଙ୍କ ସାହିତ୍ୟର ପ୍ରତ୍ୟେକ ଦିଗ ଉପରେ ବ୍ୟାପକ ଆଲୋଚନା କରାଯାଇ ପାରିବ।କେବଳ ନାଟକ କାହିଁକି ତାଙ୍କର  ପ୍ରବନ୍ଧ,କଥାସାହିତ୍ୟ, କବିତା,ଆତ୍ମଜୀବନୀ ଭଳି ଯେତେକ ସାହିତ୍ଯ ସର୍ଜନା ରହିଛି ସବୁ ଉଚ୍ଚାଙ୍ଗ ଓ ପ୍ରାଣବନ୍ତ ସୃଷ୍ଟି। ସଭାରେ ଡ.ଶ୍ୟାମସୁନ୍ଦର ଧର ମଧ୍ୟ ମଙ୍ଗଳୁ ଚରଣଙ୍କ ‘ଭୁଖା’ ଓ ଏହାର ସଫଳତା ଉପରେ ଆଲୋଚନା କରିବା ସହ ଏହି ନାଟକର ଏକ ଗୀତ ଗାନ କରିଥିଲେ।

ସଭା ପ୍ରାରମ୍ଭରେ ସମ୍ବଲପୁରର ଲୋକପ୍ରିୟ କଳାକାର ଚନ୍ଦ୍ରଶେଖର ଦୁବେ(ପିଣ୍ଟୁ) ଓ ବରିଷ୍ଠ ବଂଶୀବାଦକ ନବୀନ ଚନ୍ଦ୍ର ବୋଷ ଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଡ. ଦ୍ୱାରିକାନାଥ ନାୟକ,ସୌଭାଗ୍ୟବନ୍ତ ମହାରଣା,ପ୍ର. ସୁଦର୍ଶନ ପୂଜାରୀ, ଚିତ୍ରସେନ ମିଶ୍ର,ସଂଜୟ ମିଶ୍ର,ସରୋଜ ଦାଶ,ଦୁର୍ଗାପ୍ରସାଦ ପଣ୍ଡା,ସରୋଜ ମହାନ୍ତି,ସୁଶୀଲ ତ୍ରିପାଠୀ,କାଳିନ୍ଦୀ ପ୍ରତାପ ସିଂ,ପ୍ରଶାନ୍ତ ମାଝୀ ପ୍ରମୁଖ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ଥିଲେ। ବୃନ୍ଦାବନ ମିଶ୍ର,କମଳଲୋଚନ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like