-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ସାଲେଭଟା(ପ୍ରେରଣା ଖବର) , ତରଭା ବ୍ଳକ ମେଣ୍ଡା ଗ୍ରାମର ଗଜେନ୍ଦ୍ର ପାଣିଗ୍ରାହୀ (୭୦ବର୍ଷ)ଙ୍କ ପରଲୋକ ଘଟିଛି । ଗତ ୨ ତାରିଖ ଦିନ ମେଣ୍ଡା ହାଟପଦା ସ୍ଥିତ ତାଙ୍କ ଦୋକାନ ପାଖରେ ହଠାତ ପଡି ସଜ୍ଞାହୀନ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ବରଗଡ ନିଆଯାଇଥିଲା । ଭଲହୋଇ ଘରକୁ ପେରିଥିବାବେଳେ ଗ ଶୁକ୍ରବାର ରାତିରେ ରାଜେନ୍ଦ୍ର ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ସନ୍ତୋଷ ପାଣିଗ୍ରାହୀ, ଆସୁତୋଷ ପାଣିଗ୍ରାହୀ, ପରିତୋଷ ପାଣିଗ୍ରହୀ ସମେତ ପୁତ୍ରବଧୁ ନାତି,ନାତୁଣୀ,ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ବହୁ ବିଶିଷ୍ଠ ବ୍ୟକ୍ତି ଶେଷଦର୍ଶନ କରିଥିଲେ । ସବାଧାରରେ ରଘୁନାଥ ପାଢ଼ୀ, ଅଶୋକ କୁମାର ପାଢ଼ୀ ଦେବେନ୍ଦ୍ର ପାଣିଗ୍ରାହୀ,ଅଶୋ କୁମାର ଗଡତ୍ୟା,ମଧୁ ଟାଲି, ସୁବଳ ପାଣିଗ୍ରାହୀ,ବିରାଜନନ୍ଦ ପାଢ଼ୀ,ସୀତାରାମ ନାଏକ,ମଧୁ ଟାଲି, କୁଲଦୀପ ପାଢ଼ୀ, ସତ୍ୟ ପୁଝାହାରୀ,ଆଶିଷ କୁମାର ଆଗ୍ରାୱାଲା ଆଦି ବହୁ ମାନ୍ୟଗନ୍ୟ ବ୍ୟାକ୍ତି ଉପସ୍ଥିତ ଥିଲେ ।ସୁକତେଲ ନଦୀ ସ୍ଥିତ ଶ୍ମଷାନ ଘାଟରେ ବଡପୁଅ ସନ୍ତୋଷ କୁମାର ପାଣିଗ୍ରାହୀ ମୁଖାଗ୍ନିଦେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।