-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
01-Jan-2023
ସୁବର୍ଣ୍ଣପୁର/ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ବାର୍ଷିକ ଉତ୍ସବ ଅବସରରେ ପଏଁରୀ ତିହାର ୨୦୨୩ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ । ଆଜି ଏହି ଉତ୍ସବକୁ ଦଣ୍ଡ ରତ୍ନ ମହର୍ଷି ବିପିନ ଜାଲ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ସଂସ୍କୃତି ଅଧିକାରୀ ଯମୁନା ପଧାନ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ନାଟ୍ୟଶ୍ରୀ ଗଦାଧର ବାରିକ ଯୋଗ ଦେଇଥିଲେ l ପ୍ରାରମ୍ଭ ରେ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରରୁ ୫୦୦ ରୁ ଊର୍ଧ୍ୱ କଳାକାର ଙ୍କୁ ନେଇ ଲୋକ ଗୀତ ଲୋକ ନୃତ୍ୟ ସହିତ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ପ୍ରଥମ ସାଂସ୍କୃତିକ ସଂଧ୍ୟା ଅବସରରେ ଅନୁଷ୍ଠିତ ସଭାରେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ନୀଳାମ୍ବର ଶତପଥି, ଯୋଗ ଦେଇ ଆଜି ମଞ୍ଚ ରେ ନୃତ୍ୟ ଗୀତ ପରିବେଷଣ କରିଥିବା କୋରାପୁଟ, ହରିଆନା, ସୀଙ୍ଗେନପାଲି, ପଞ୍ଜାବ ଓ ପଶ୍ଚିମ ବଙ୍ଗ କଳାକାର ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ବରିଷ୍ଠ ଦଣ୍ଡ କଳାକାର ଭକ୍ତ ସେଠୀ ଙ୍କୁ ପଏଁରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଆଜି ନବ ବର୍ଷ ପାଳନ ସହ ନାଚ ଗୀତକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।