-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
01-Jan-2023
ସମ୍ବଲପୁର(ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର ୪୧ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିର୍ଗାମୁଣ୍ଡା ଗ୍ରାମରେ ରୁହନ୍ତି ୬୧ ବର୍ଷୀୟ ରାଧେଶ୍ୟାମ ବିଶି I ସ୍ତ୍ରୀ ଏବଂ ଚତୁର୍ଥ ଶ୍ରେଣୀ ଅଧ୍ୟୟନ ରତ ଝିଅକୁ ନେଇ ତାଙ୍କର ତେଲ ଲୁଣର ସଂସାର I ରାଧେଶ୍ୟାମ ଜଣେ ମେକାନିକ ଥିଲେ I ଘରକୁ ଘର ଵୁଲି ଟିଭି, ଫ୍ୟାନ, କୁଳର ଇତ୍ୟାଦି ମରାମତି କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ I ତେବେ ଗତ କିଛି ବର୍ଷ ହେବ ବାର୍ଦ୍ଧକ୍ୟ ଜନିତ ଦୁରାରୋଗ୍ୟରେ ପୀଡିତ ହୋଇ ଏବେ ରାଧେଶ୍ୟାମ କାମ ଧନ୍ଦା କରି ପାରୁ ନାହାନ୍ତି I ତାଙ୍କର ନିଜସ୍ୱ ଘର ଖଣ୍ଡେ ନାହିଁ I ଏକ ସରକାରୀ ଜାଗାରେ ମିର୍ଗାମୁଣ୍ଡାବାସୀ ଭୂମିହୀନ ରାଧେଶ୍ୟାମଙ୍କୁ ଏକ ଛପର ଘର ତୋଳି ଦେବା ଫଳରେ ସେ ସେଠାରେ ରୁହନ୍ତି I ଏଭଳି କ୍ଷେତ୍ରରେ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଥିବା ରାଧେଶ୍ୟାମଙ୍କ ବିଷୟରେ ଖବର ପାଇ ଆଜି ସ୍ଵେଛାସେବୀ ସଂଗଠନ "ସେବା"ର ଅଧ୍ୟକ୍ଷ ଡ଼ଃ ଅମର ତାଣ୍ଡିଆଙ୍କ ନେତୃତ୍ୱରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ପ୍ରମୋଦ କୁମାର ସେଠ, ନରେଶ କୁମାର ସୁନାର, ଜିତେନ୍ଦ୍ର ଛୁରିଆ ପ୍ରମୁଖ କର୍ମକର୍ତ୍ତା ତାଙ୍କର ଘରେ ପହଞ୍ଚିଥିଲେ I ରାଧେଶ୍ୟାମଙ୍କ ପରିବାର ସହିତ ଆଜି ନୂତନ ବର୍ଷ ପାଳନ କରିବା ସହିତ ଏକ ମାସର ରାସନ ସାମଗ୍ରୀ, କମ୍ବଳ ଆଦି ପ୍ରଦାନ କରିଥିଲେ I ତେବେ ନୂତନ ବର୍ଷ ଦିନ ଲୋକେ ଭୋଜି ଭାତରେ ମସଗୁଲ ରହୁଥିବା ବେଳେ "ସେବା" ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଏଭଳି ସମାଜସେବା କାମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି I