-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
01-Jan-2023
ବଲାଙ୍ଗିର, ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ବିଶିଷ୍ଟ ଆଇନଜିବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଉନ ବାଳିକା ବିଦ୍ୟାଳୟର ସଭାକକ୍ଷ ଠାରେ ପାଳିତ ହୋଇଯାଇଛି । ଏହି ପାର୍ବଣରେ ବିଶିଷ୍ଟ ଶିକ୍ଷାବିତ୍ ଅଭିମନ୍ୟୁ ମିଶ୍ର ମୁଖ୍ୟ ଅତିଥି ଓ ସାମାଜିକ କର୍ମୀ ସୁଶ୍ରୀ ମମତା ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସେବା ଦ୍ୱାରା ମାନବ ସମାଜକୁ ସୁଖ, ଶାନ୍ତି ଓ ଆନନ୍ଦ ପ୍ରଦାନ କରାଯାଇ ପାରିବ ଏବଂ ପ୍ରଭାକର ରଥଙ୍କ ନିଃସ୍ୱାର୍ଥପର ସେବା କୁ ଅନୁକରଣ କଲେ ଯୁବ ସମାଜ ସତ୍ ରାସ୍ତାରେ ଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ତାଙ୍କ ସେବା କାର୍ଯ୍ୟ ପାଇଁ ଲୋକନାଥ କୁମୁରାଙ୍କୁ ମର୍ଯ୍ୟାଜନକ “ପ୍ରଭାକର ରଥ ସେବା ସମ୍ମାନ ୨୦୨୨” ପ୍ରଦାନ କରାଯାଇଥିଲା । ସ୍ମୃତି ସମିତିର ଆବାହକ ମଦନ ମୋହନ ରଥ ନିଜ ବକ୍ତବ୍ୟରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସଭା ଆରମ୍ଭରେ ପ୍ରଭାକର ରଥଙ୍କ ଫଟୋକୃତୀରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ରିୟା ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ଅତିଥିମାନଙ୍କ ପରିଚୟ କବି ରତ୍ନମୟ ତ୍ରିପାଠୀ ପ୍ରଦାନ କରିଥିବା ବେଳେ ସଂପାଦକ ମଧୁ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ଘାସିରାମ ମିଶ୍ର, ଶିକ୍ଷାବିତ୍ ସତ୍ୟବନ୍ତ ବେଦ୍ବାକ୍, କପିଳ ପତି, ଗିରିଜା ଶଙ୍କର ରଥ, ନୀଳମଣି ମିଶ୍ର, ଗୋପବନ୍ଧୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ହୃଷିକେଶ ପୁରାହିତ, ସୁନାଧର ବନଛୋର, ଅରୁଣ ଖୁଆସ, ଚୁଡେନ୍ଦ୍ର କୁମାର ବେହେରା, ଜ୍ୟୋତିରାଣୀ ମିଶ୍ର, ପ୍ରଦୀପ ପଶାୟତ ଓ ଧିରେନ୍ଦ୍ର ନାରାୟଣ ସିଂହଦେଓ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।