-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
01-Jan-2023
ବଲାଙ୍ଗିର( ପ୍ରେରଣା ଖବର)- ନିଜର କଷ୍ଟ ଅର୍ଜିତ ଅମଳର ଉଚିତ ମୁଲ୍ୟ ନପାଇ ଚାଷୀକୁଳରେ ହା ହା କାର ପଡିଛି । କେଉଁଠି ଧାନ ର ମାନ ଆଳରେ ୪ ରୁ ୫ କେଜି କଟନି ଛଟନି ହେଉଥିବା ଅଭିଯୋଗ ହେଉଛି । ତ ଆଉ କେଉଁଠି ବସ୍ତା ଓ ସୁତୁଲି ର ଖର୍ଚ୍ଚ କାଟ କରାଯାଉଛି । ଫଳରେ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଲାଗି ରହିଛି । ସରକାରୀ ବ୍ୟବସ୍ଥା ଚାଷୀମାନଙ୍କୁ ତାଙ୍କର ହକ୍ ଦେବାରେ ଫେଲ ମାରିଥିବା ବେଳେ ମଣ୍ଡି କର୍ମଚାରୀ ଓ ମିଲ ମାଲିକମାନଙ୍କ ପ୍ରିୟା ପ୍ରିତି ତୋଷଣ ଭଙ୍ଗ କରିବାକୁ ଜିଲ୍ଲା କିଶାନ କଂଗ୍ରେସ ଅଣ୍ଟା ଭିଡିଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ କମିଟିର ସଭାପତି ସାନନ୍ଦ ମିଶ୍ର ଓ ରାଜ୍ୟ କିଶାନ କଂଗ୍ରେସ ସଂପାଦକ ସରୋଜ ରଥଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ମଣ୍ଡଳି ଦେଓଗାଁ ବ୍ଲକର ଉପରଝର, ମହଲେଇ, ଗୌରଗୋଠ ଓ ଅର୍ଜୁନପୁର ଆଦି ଧାନକିଣା କେନ୍ଦ୍ର ପରିଦର୍ଶନ କରିଥିଲେ । କ୍ଷୋଭର ବିଷୟ ଏହି ଯେ ଅର୍ଜୁନପୁର ଧାନକିଣା କେନ୍ଦ୍ରରେ ମିଲର୍ସ ଟ୍ରକ୍ ନ ପଠାଇବାରୁ ଧାନ ଖୋଳା ଆକାଶ ତଳେ ପଡି ରହିଥିବା ବୋଲି ସଂପାଦକ ପ୍ରକାଶ କରିଥିଲେ ଏବଂ ସବୁ ମଣ୍ଡିରେ ୪ ରୁ ୫ କେଜି ବାଧ୍ୟତାମୂଳକ
ଭାବେ କଟନି ଛଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଚାଷୀମାନଙ୍କ ସମସ୍ୟା ନେଇ ଜିଲ୍ଲା କିଶାନ କଂଗ୍ରେସ ଘଟଣା ସ୍ଥଳରେ ହିଁ ପ୍ୟାକ୍ସ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ସହିତ ଆଲୋଚନା କରିଥିଲା । କିନ୍ତୁ କଟନି ଛଟନି ହେବା ସତ୍ତ୍ୱେ ସେମାନେ ଅଭିଯୋଗକୁ ଖଣ୍ଡନ କରିଥିଲେ । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଯାଇଥିଲା । ଏପରି କି କିଛି ମଣ୍ଡିରେ ଧାନ ଓଜନ ପ୍ରକ୍ରିୟାରେ ବି ଅସଂଗତି ଦେଖିବାକୁ ମିଳିଥିଲା । ସରକାରୀ ନିୟମ ଅନୁସାରେ ଏଫ୍ଏକ୍ୟୁ ଧାନ ର ମାନ ମାପ କରୁଥିବା ମେସିନ ଓ ଚାଳକ ର ମଧ୍ୟ ଅଭାବ ଦେଖାଯାଇଥିଲା । ଏ ସଂପର୍କରେ କିଶାନ କଂଗ୍ରେସ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହ ଚାଷୀମାନେ ଯେପରି ଧାନର ଉଚିତ ମୁଲ୍ୟ ପାଇପାରିବେ ସେ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ଦାବି କରିଥିଲା । କିଶାନ କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳିରେ ଜିଲ୍ଲା ସେବାଦଳ ମୁଖ୍ୟ ତଥା ଦେଓଗାଁ ପ୍ରଭାରୀ ଅସୀତ କୁମାର ମିଶ୍ର, ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ରମେଶ ମହାପାତ୍ର, ଗଣପତି ସାହୁ, ତାରାକାନ୍ତ ବାଗ, ବ୍ଲକ କିଶାନ କଂଗ୍ରେସ ସଭାପତି କୁନା ସାହୁ, ବିକାଶ ସାହୁ, ରାହୁଲ ସାହୁ ପ୍ରମୁଖ ସାମିଲ ଥିଲେ ।