-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2022
ପଦ୍ଦ୍ମପୁର,ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଅମୃତ ପୁରସ୍କାର ପାଇଁ ମନୋନୀତ ବିଶିପାଲି ଗ୍ରାମର ଆନନ୍ଦ ବାଗଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଛି l ଭାରତ ସରକାର ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚସ୍ତର ଜଣ ପଞ୍ଚସ୍ତର ବର୍ଷୀୟ କଳାକାରଙ୍କୁ ଅମୃତ ପୁରସ୍କାର ପାଇଁ ଘୋଷଣ କରିଥିଲେ ଯେଉଁଥିରେ ଆନନ୍ଦ ବାଗ ମନୋନୀତ ହୋଇଛନ୍ତି l ନାଟ୍ୟକାର ରାଜକୁମାର ସାହୁ ଆନନ୍ଦ ବାଗଙ୍କର ଲୋକକଳା କ୍ଷେତ୍ରରେ ଅବଦାନକୁ ବୁଝାଇବା ସହ ମାର୍ଗଦର୍ଶନ ପାଇଁ ରବି ରତନ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଅନୁଷ୍ଠାନ ତରଫରୁ ତାଙ୍କୁ ପୁଷ୍ପମାଲ୍ୟ, ଚନ୍ଦନ ତିଳକ ଓ ଉତ୍ତରୀୟ ଦେଇ ସମର୍ଦ୍ଧନା ଦିଆଯାଇଥିଲା l ଅନୁଷ୍ଠାନର ତତଫରୁ ଘନଶ୍ୟାମ ଭୋଇ, ଘନଶ୍ୟାମ ସାହୁ, ଜୟନ୍ତ ସାହୁ, ସୁନେଲି ସାହୁ, ଆରାଧ୍ୟ ସାହୁ, ବାବୁଲୁ ସାହୁ, ହେମନ୍ତ ମହାକୁଡ଼, ରବୀନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l