-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
18-Dec-2022
ବରଗଡ( ନରହରି ଵଗତ୍ତି):-ବରଗଡ଼ ଜିଲ୍ଲା ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ପରିସରରେ ରାଜବୋଡାସମ୍ବର ଫଟୋଗ୍ରାଫର୍ସ ଆସୋସିଏସନ୍ ତାର ଷଷ୍ଠତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଲିତ ହୋଇଯାଇଛି।ଏଇ ଅବସରରେ ନାଟ୍ୟକାର ଅଶୋକ କୁମାର ବହିଦାର ଙ୍କ ସଂଯୋଜନାରେ ଆୟୋଜିତ ସଭା ରେ ଫଟୋଗ୍ରାଫି ମହାସଂଘ ଓଡ଼ିଶାର ସଭାପତି ଅତୁଲ ସଂଘଭି,ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ,ଶିଶିର କୁମାର ନାଏକ,ଶିଶିର କର,ଯଶୋବନ୍ତ ନାରାୟଣ ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ।ପ୍ରଫେସର କେଶ ରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଅତିତ ଏବଂ ବର୍ତ୍ତମାନ ର ଫଟୋଗ୍ରାଫିକ୍ସ ସମ୍ପର୍କରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀମାନ ସଂଘଭି ମାଁ ସମଲେଇ ଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ।ଆସୋସିଏସନ୍ ର ସଭାପତି ସୁବାସ ଚନ୍ଦ୍ର ଚୋପଦାର ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ,ସଂପାଦକ ତ୍ରିବିକ୍ରମ ପ୍ରଧାନ ବିବରଣୀ ପଠନ କରିଥିଲେ।ବରଗଡ ଜିଲ୍ଲା ର କର୍ତ୍ତବ୍ୟରତ ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଙ୍କ ସାମ୍ବାଦିକତା କ୍ଷେତ୍ରରେ ନିର୍ଭିକ ସତ୍ୟତା ଖବର ପରିବେଷଣ କୁ ଆଧାର କରି ଏହି ଭବ୍ୟ ମଞ୍ଚରେ ଆସୋସିଏସନ୍ ପକ୍ଷରୁ ଅତିଥିଗଣ ସମ୍ମାନୀତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଫଟୋଗ୍ରାଫର ସତ୍ୟରାମ ମେହେର,ଶିଶିର କର ଓ ସଚିତାନନ୍ଦ ସାହୁ ଙ୍କୁ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ଅଞ୍ଚଳ ର କର୍ମକର୍ତ୍ତା ମାନଙ୍କୁ ତଥା ପଦ୍ମପୁର ର କର୍ତ୍ତବ୍ୟରତ ସାମ୍ବାଦିକ ସର୍ବଶ୍ରୀ:-ରତ୍ନମଣୀ ଶତପଥୀ,ଅଶ୍ୱିନୀ ଧରୁଆ,ଗୋପବଂଧୁ ଶିକା,ନୀଳକଣ୍ଠ ଦିପ,ହେମନ୍ତ ସାହୁ,ସୋମେଶ ମହାନ୍ତି ପ୍ରମୁଖ ଙ୍କୁ ସମ୍ମାନୀତ କରାଯାଇଥିଲା।ମଣିଷ ଜୀବନ ସହିତ ଫଟୋଗ୍ରାଫି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ବୋଲି ଭାଷଣ ପ୍ରସଙ୍ଗରେ ଅତିଥି ଗଣ ତାଙ୍କ ମତପ୍ରଦାନ କରିଥିଲେ।ଏ ପରିପ୍ରେକ୍ଷୀରେ ସରକାରୀ ବାଳିକା ହାଇସ୍କୁଲ ର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ଶେଷରେ ସୁଶ୍ରୀ ବିନିସ୍ମିତା ପଣ୍ଡା ଙ୍କ ସଂଯୋଜନାରେ ପୁରୀ ରୁ ଆସିଥିବା ଗୋଟି ପୁଅ ନୃତ୍ୟ ଦଳ ଓ ବଲାଙ୍ଗୀର ରୁ ଆସିଥିବା ରୁମକୁଝୁମା ସାଂସ୍କୃତିକ ଦଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶେଷରେ ସହ ସମ୍ପାଦକ ସୁନିଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।