-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
18-Dec-2022
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ଜ୍ଞାନ୍ ପ୍ରକାଶ ପରିବାର ପକ୍ଷରୁ ଆଜି ସୋନପୁର ଏନ୍ ଜି ଓ ସି ସି ହଲ୍ ଠାରେ ଏକ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସାରସ୍ଵତ କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କବି ଓ ଲେଖକ ମାନେ ଯୋଗ ଦେଇଥିଲେ l ଏଥିରେ ମୁଖ୍ୟ ଅତିଥି ଭବରେ କବି ଶ୍ରୀବତ୍ସ
ମଲ୍ଲିକ ଯୋଗ ଦେଇ. ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଜ୍ଞାନ୍ ପ୍ରକାଶ ପରିବାର ର ପ୍ରତିଷ୍ଠାତା ଜ୍ଞ lନଚାନ୍ଦ ସତପଥୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟତମ ଅତିଥି ଭାବେ ଜ୍ଞାନ ପ୍ରକାଶ ସଂସ୍ଥାର ସଂଯୋଜିକା କବୟତ୍ରୀ ଅମ୍ବିକା ସ୍ଵାଇଁ ଡ଼. ଧୀରେନ୍ଦ୍ର କୁମାର ନାଏକ, ଉଲୁଣ୍ଡା ଡିଗ୍ରୀ କଲେଜ ର ଅଧ୍ୟକ୍ଷ ସୁ ସାହିତ୍ୟିକ ଦେବାଶିଷ ପାଣ୍ଡିଆ ମଞ୍ଚାସୀନ ରହି. ଜ୍ଞାନ୍ ପ୍ରକାଶ କେବଳ ଏକ ପତ୍ରିକା ନ ହୋଇ ଚେତନା ଜାଗ୍ରତ କରିବା ରେ ସହାୟକ ହେଉ ବୋଲି କହିଥିଲେ l କାର୍ଯ୍ୟକ୍ରମକୁ ଜ୍ଞାନ୍ ପ୍ରକାଶ ପରିବାର ସୋନପୁର ଜୋନ୍ ମୁଖ୍ୟ ଲକ୍ଷ୍ମୀନାରାୟଣ ସାହୁ ସଂଯୋଜନା କରିଥିଲେ l l ଶେଷରେ ଡ଼. ପ୍ରତାପ ରଞ୍ଜନ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ l
ପରେ ଜ୍ଞାନ୍ ପ୍ରକାଶ ପରିବାର ପକ୍ଷରୁ କୋଶଲି ଓ ଓଡ଼ିଆ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଏଥିରେ ବହୁ କବି ଓ କବୟତ୍ରୀ ସରଚିତ କବିତା ପାଠ କରିଥିଲେ l ସମୀକ୍ଷକ ଭବରେ କବି ଅନିରୁଦ୍ଧ କୁରକୁରିଆ, ଅଦ୍ଵୈତ ପଣ୍ଡା, ଓ ସୁସ୍ମିତା ମେହେର ମଞ୍ଚାସୀନ ଥିଲେ l